Friday , January 28 2022
Breaking News
Home / ବିଶେଷ / ଉତ୍କଳମଣି ଶିଶୁଶିକ୍ଷା ମନ୍ଦିରରେ ଗୋପବନ୍ଧୁଙ୍କ ୯୧ତମ ଶ୍ରାଦ୍ଧଉତ୍ସବ ପାଳିତ

ଉତ୍କଳମଣି ଶିଶୁଶିକ୍ଷା ମନ୍ଦିରରେ ଗୋପବନ୍ଧୁଙ୍କ ୯୧ତମ ଶ୍ରାଦ୍ଧଉତ୍ସବ ପାଳିତ

ସାଲେପୁର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): ସାଲେପୁର ବ୍ଲକ୍ ରାମେଶ୍ୱର ପଂଚାୟତ ଅଧିନ ଦୁର୍ଗାପୁର ଠାରେ ଥିôବା ଉତ୍କଳମଣି ଶିଶୁଶିକ୍ଷା ମନ୍ଦିରରେ ଗୋପବନ୍ଧୁଙ୍କ ୯୧ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ଅନୁଷ୍ଠାନର ସଂପାଦକ ଉଲ୍ଲାସ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭାରେ ଗୁରୁଜୀ ଯୁଦ୍ଧିଷ୍ଠିର ସାମଲ, କିଶୋର ଚନ୍ଦ୍ର ବିଶୋଇ, ପବିତ୍ର କୁମାର ମଲ୍ଲିକ୍, ଗୁରୁମା ରତ୍ନରେଖା ବିଶୋଇ, ଶୁଭଶ୍ରୀ ଦଳେଇ, ଗୀତାରାଣୀ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟରେ ଉପଦେଶ ପ୍ରଦାନ କରିଥିଲେ । ସେହିପରି ସାଲେପୁର ଇଂଲିଶ ମିଡ଼ିୟମ ସ୍କୁଲରେ ଗୋପବନ୍ଧୁଙ୍କର ୯୧ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ  ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *