Saturday , October 16 2021
Breaking News
Home / ବିଶେଷ / ଯୁବତୀ ଚୋରା ଚାଲାଣ ର‌୍ୟାକେଟ ଦ୍ୱାରା ଅବିବାହିତା ଯୁବତୀ ଅପହୃତ ଅଭିଯୋଗ 

ଯୁବତୀ ଚୋରା ଚାଲାଣ ର‌୍ୟାକେଟ ଦ୍ୱାରା ଅବିବାହିତା ଯୁବତୀ ଅପହୃତ ଅଭିଯୋଗ 

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ପୂର୍ବରୁ ଚାଲିଥିବା ଯୁବତୀ ଚାଲାଣ ର‌୍ୟାକେଟ ଏବେ ପୁଣି ସକ୍ରୀୟ ହୋଇ ଉଠିଥିବା ଅଭିଯୋଗ ହୋଇଛି । ଦୀର୍ଘ ୬ମାସ ତଳେ ଚଉଦକୁଲାଟ ଅଚଂଳର ଜନୈକ ଯୁବତୀକୁ ସେହି  ଯୁବତୀ ଚାଲାଣ ର‌୍ୟାକେଟ ପକ୍ଷରୁ ଅପହୃତ କରିନେଇଥିବା ଚଉଦକୁଲାଟ ଫାଣ୍ଡି ଓ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ତଥା ଚଉଦକୁଲାଟ ଫାଣ୍ଡି ଅଧିନ ତମାଳଶାସନ ଗ୍ରାମର ବିଶ୍ୱନାଥ ସାହୁଙ୍କ ୨୩ବର୍ଷର ବଡଝିଅ ବାଙ୍ଗାଲୋରରେ ଏକ ପୋଷାକ ତିଆରି  କମ୍ପାନୀରେ (ଟେଲରିଂମିସ୍ତ୍ରୀ)ଦରଜୀ ଭାବରେ କାମ କରୁଥିଲେ । ସେ ଗତ ୬ମାସ ତଳେ ଘରକୁ ଆସିଥିବା ବେଳେ ତାଙ୍କୁ ଯୁବତୀ ଚୋରା ଚାଲାଣ ର‌୍ୟାକେଟ ଗତ ଡିସେମ୍ବରମାସ ୨୮ତାରିଖରେ ଘରୁ ହଠାତ ଅପହୃତ କରିନେଇଥିବା ତାଙ୍କ ବାପା ଚଉଦକୁଲାଟ ଫାଣ୍ଡି ଓ ପରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ପକ୍ଷରୁ କୈାଣସି ନ୍ୟାୟ ନମିଳିବାରୁ ସେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିବାରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଏକ ମିସିଙ୍ଗ ରିପୋର୍ଟ କରିଦେଇ ଚୁପହୋଇ ବସିପଡିଲେ । ମଜୁରୀଲାଗି ପରିବାର ପ୍ରତିପୋଷଣ କରୁଥିବା ବିଶ୍ୱନାଥ ବାରମ୍ବାର ଏଦ୍ୱାରରୁ  ସେଦ୍ୱାରକୁ ଦୈାଡି ଦୈାଡି ନିରାଶ ହେବାହିଁ ସାର ହୋଇଛି । ସୋମବାର ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଅପହୃତାଙ୍କ ସାନ ଭଉଣୀ ଏବଂ ସେ କହିଥିଲେ ଯେ ତାଙ୍କ ଭଉଣୀକୁ ସେହି ଗ୍ରାମର ଜନୈକ ଯୁବତୀ ଚୋରା ଚାଲାଣରେ ଲିପ୍ତ ଥିବା ଯୁବକ ଅପହରଣ କରିନେଇ ଭୁବନେଶ୍ୱରେ ବିକ୍ରୀ କରିଦେଇଛି । ଏ ସମ୍ପର୍କରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଜିଲ୍ଲାପାଳ ଏସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ …

Leave a Reply

Your email address will not be published. Required fields are marked *