କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରସଂସ୍ଥାର ମହିପାଳସ୍ଥିତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ସାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ଅଗ୍ରଗତି ନିମନ୍ତେ ଉଜ୍ଜ୍ୱଳ ଓ ଉତଥାନ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା ଅଭିଯାନ ଓ ମୈାଖିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ ମହାନ୍ତି,ପ୍ରଧାନ ଶିକ୍ଷୟତ୍ରୀ ଦୀପାଞ୍ଜଳି ମିଶ୍ର,ସହକାରୀ ଶିକ୍ଷୟତ୍ରୀ ଜୟନ୍ତୀ ଲେଙ୍କା ଛାତ୍ରାଭିଭାବକମାନଙ୍କୁ ଶୈକ୍ଷିକ ସ୍ଥିତିର ଉନ୍ନତି ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେହିପରି ଜଝାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ,ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଶୈକ୍ଷିକ ସ୍ଥିତିର ଉନ୍ନତି ପାଇଁ ଉଜ୍ଜ୍ୱଳ ଓ ଉତଥାନ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା ଅଭିଯାନ ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର