Tuesday , December 7 2021
Breaking News
Home / ବିଶେଷ / ଭାରତ ସରକାରଙ୍କ ଜଳଶକ୍ତି ମିଶନ କାର୍ଯ୍ୟକାରିତା ପାଇଁ କେନ୍ଦ୍ରାପଡା ଜିଲ୍ଲା ମନୋନିତ

ଭାରତ ସରକାରଙ୍କ ଜଳଶକ୍ତି ମିଶନ କାର୍ଯ୍ୟକାରିତା ପାଇଁ କେନ୍ଦ୍ରାପଡା ଜିଲ୍ଲା ମନୋନିତ

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ସମଗ୍ର ଭାରତବର୍ଷରେ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମିଶନର କାର୍ଯ୍ୟକାରିତା ସୋମବାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଜଳଶକ୍ତି ମିଶନ କାର୍ଯ୍ୟକାରିତା ପାଇଁ ମନୋନିତ ହୋଇଛି ।   ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ  ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ତାଙ୍କ ଉଦବୋଧନରେ ସାରା ବିଶ୍ୱରେ ଜଳର ଦୁରୁପଯୋଗ  ଓ ଏହାର ସଙ୍କଟକୁ ଦୃଷ୍ଟିରେ ରଖି ଆମ ଜିଲ୍ଲାରେ  ଜଳଶକ୍ତି ମିଶନ କାର୍ଯ୍ୟକାରି କରାଯାଉଥିବା ପ୍ରକାଶ କରିଥିଲେ । ଯାହା ଦ୍ୱାରା ଜଳ ସଂରକ୍ଷଣକୁ ଗୁରୁତ୍ୱ ପ୍ରଦାନ କରାଯିବ । ବନ ବିଭାଗ,ମୃତିକା ସଂରକ୍ଷଣ ବିଭାଗ,କୃଷି ବିଭାଗ,ଡ୍ରେନେଜ ଡିଭିଜନ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସମେତ ବିଭିନ୍ନ ବିଭାଗ ଜଳ ସଂରକ୍ଷଣର ବିଭିନ୍ନ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା କାର୍ଯ୍ୟକାରି କରାଯାଉଥିବାବେଳେ  ବର୍ଷା ଜଳକୁ ନଷ୍ଟ ନକରି ସଂରକ୍ଷଣ କରି ରଖିବାକୁ ଗୁରୁତ୍ୱାରୋପ  କରିଥିଲେ ଜିଲ୍ଲାପାଳ  । ଏତଦବ୍ୟତିତ ବହୁ ସଂଖ୍ୟାରେ ବୃକ୍ଷ ରୋପଣ କଲେ ମାଟି ଜଳଧରି ରଖିପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଜଳ ମିଶନଶକ୍ତିର କାର୍ଯ୍ୟକାରିତା ପାଇଁ ପ୍ରଥମେ ଜିଲ୍ଲାରେ କେତୋଟି ଜଳାଶୟ ଅଛି ତାହାର ପୁନରୁଦ୍ଧାର ଓ ସୁରକ୍ଷା ସହ ଟ୍ୟୁବୱେଲ ଜଳକୁ ଅପଚୟ କରାନଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ସରକାରୀ ଓ ବେସରକାରି ପକ୍କାଗୃହ ଛାତରେ ବର୍ଷାଜଳ ସଂଗ୍ରକ୍ଷଣ କରାଗଲେ ଜଳ ସମସ୍ୟା ଦୁରିଭୂତ ହୋଇପାରିବ । ଯେହେତୁ ବର୍ତ୍ତମାନ ବର୍ଷାଦିନ କାର୍ଯ୍ୟକ୍ରମ ପରିଚାଳନା ପୂର୍ବରୁ ସମସ୍ତ ସରକାରୀ ବିଭାଗ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବାକୁ ଓ ନିର୍ବାଚିତ ପ୍ରତିନିଧି,ବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍ୱେଛାସେବୀ ଅନୁଷ୍ଠାନ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା  ।  ବୈଠକରେ ଜଳସେଚନ,ଡ୍ରେନେଜ ଡିଭିଜନ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ଡିଆରଡିଏର ସହକାରୀ ପ୍ରକଳ୍ପ ନିର୍ଦେଶକ,କେନ୍ଦ୍ରାପଡା ପୋରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ,ଡିଆଇପିଆରଓ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।    ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *