ବଙ୍ଗୋମୁଣ୍ଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ରେ ସମାଜ ପାଠକ ମଂଚ ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୧ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଡ. ନାରାୟଣ ମିଶ୍ର ,ସମ୍ମାନିତ ଅତିଥି ଭାବେ ଜିଲା ଆଦିବାସୀ ସଂଘର ସଂଗଠକ ସୁରେଶ ଭୋଇ,ସମାଜସେବୀ ତେଜୁରାମ ବାଗ,ସାମ୍ବାଦିକ ହୁଲେଶ୍ୱର ହଂସ,ସାହିତ୍ୟ କଳା ପରିଷଦ ର ସଂପାଦକ ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭ ରେ ଗୋପବନ୍ଧୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟ ରେ ଉତ୍କଳ ମଣି ଙ୍କ ଉତ୍ସଗୀକୃତ ତଥା ତ୍ୟାଗପୂତ ଦେଶସେବା ଏବଂ ତାଙ୍କର ଅକ୍ଷୟ କୀର୍ତି ଏବଂ କୃତି କୁ ସ୍ମୃତି ଚାରଣ କରିଥିଲେ । ଦୁଃଖୀ ଦରିଦ୍ର ଙ୍କର ସେବା ରେ ନିଜକୁ ସମର୍ପିତ କରି ଚିର ଅମର ହୋଇଯାଇଛନ୍ତି । ଏବଂ ତାଙ୍କ ମାନସ ସନ୍ତାନ ସମାଜ ଖବର କାଗଜ ସାମାଜିକ ଆନ୍ଦୋଳନ ର ନେତୃତ୍ୱ ନେବା ସହ ଦେଶର ଦୁଃସ୍ଥ ଅସହାୟ ଙ୍କ ସେବାରେ ସବୁବେଳେ ଲାଗିଥିବା ପ୍ରକାଶ କରିଥିଲେ । ଗୋପବନ୍ଧୁ ଙ୍କ ନୀତି ଆଦର୍ଶ ରେ ଯୁବ ଅନୁପ୍ରାଣୀତ ହୋଇ ସେବା ମନୋଭାବ ନେଇ ଆଗେଇ ଆସିଲେ ଏକ ଗଠନମୂଳକ ସମାଜ ତିଆରି ହୋଇପାରିବ ବୋଲି ଅତିଥି ଗଣ ପ୍ରକାଶ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସମାଜ ପ୍ରତିନିଧି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ । କୋଶଳି କବି ଭକ୍ତବନ୍ଧୁ ସାହୁ,ରାମଚନ୍ଦ୍ର ରଣା,ନରେନ୍ଦ୍ର ବାଗ,ସିଦ୍ଧାର୍ଥ ମିଶ୍ର,ଓମ ପ୍ରକାଶ ଜାନୀ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର