Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ କମିଟି ବୈଠକ

ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ କମିଟି ବୈଠକ

ଜଗତସିଂହପୁର,୦୩/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଡାକ୍ତରଖାନା ପରିସର ସଫାସୁତରା,ବେସରକାରୀ କ୍ଲିନିକ ଓ ନର୍ସିଂହୋମ୍କୁ ରୋଗୀ ନଯିବା,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିନଟେଂଡେଂଟ ଓ ଚିକିତ୍ସକ ମାନେ ହେଡକ୍ୱାର୍ଟରରେ ରହିବା,ଗ୍ରମାଂଚଳ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରିବା,ଗ୍ରାମାଂଚଳ ନଳକୂପ ନିକଟରେ ଡ୍ରେନେଜ୍ ବ୍ୟବସ୍ଥା ମଶା େଓøଷଧ ସ୍ପ୍ରେ କରିବା ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଗତ ଜାନୁୟାରୀ ଓ ପେବୃୟାରୀ ମାସରେ ହୋଇଥିବା ତିନୋଟି ମାତୃମୃତ୍ୟୁ ସମୀକ୍ଷା ମାସିକ ଟୀକାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଖିରେ ରଖି କାୟାକଳ୍ପ ଏବଂ ଏନ୍.କ୍ୟୁ.ଏସ୍ ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଣ୍ଡାସାହି, କାୟାକଳ୍ପରେ ବିଜୟୀ ହୋଇଥିବା ଅଢଙ୍ଗଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯଥା – କନକପୁର, ଦଶବାଟିଆ,ଉତରକୂଳ, ଓଷକଣା ଏବଂ ଶାଳଜଙ୍ଗାର ସମସ୍ତ କର୍ମଚାରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଡେଙ୍ଗୁ ନିରାକରଣ ମାସ ପାଳନ ଅବସରରେ ସଚେତନତା ଏବଂ ଡେଙ୍ଗୁ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଡଃ ରାୟ ଆଲୋଚନା କରିଥିଲେ । ଟୀକାକରଣ କାର୍ଯ୍ୟକ୍ରମକୁ ଏସ୍.ଏସ୍.ଓ ଡଃ ଦୀପକ କର (ହୁ) ଆଲୋଚନା କରିଥିଲେ । ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ବୈଠାରୁ ସ୍ୱାଗତ ଭାଷଣ ରଖିଥିଲେ । ଡଃ ବସନ୍ତ କୁମାର ବାରିକ ସମସ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଡି.ପି.ଏମ୍ , ଏନ୍.ଏଚ୍ଏମ୍ ଚକ୍ରଧର ଜେନା ଓ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଶିକ୍ଷା, ମହିଳା   ଓ ଶିଶୁ ବିକାଶ ବିଭାଗ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ଥରଲେ । ସପ୍ତାହରେ ପ୍ରତ୍ୟେକ ସ୍କୁଲରେ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ପିରିୟଡ ରଖି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଶେଷରେ ସୁକାନ୍ତ କୁମାର ପ୍ରଧାନ , ଉପପରିଚାଳକ ପଯୋଜନ ଓ ଶିଶୁସ୍ୱାସ୍ଥ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *