Friday , September 22 2023
Breaking News
Home / ବିଶେଷ / ଗୁଣପୁରରେ କୃଷିଭିତିକ ତଲାରି ରଥଯାତ୍ରା

ଗୁଣପୁରରେ କୃଷିଭିତିକ ତଲାରି ରଥଯାତ୍ରା

ରାୟଗଡ଼ା ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଯଦିଓ ରଥଯାତ୍ରା ସାରା ରାଜ୍ୟର କୋଣ ଅନୁକୋଣରେ ତଥା ବିଶ୍ୱର ବିଭିନ୍ନ ଅଂଚଳରେ ପାଳନ ହୋଇଥାଏ,ତଥାପି ରାୟଗଡ଼ା ଜିଲ୍ଲା ଗୁଣପୁରର ରଥଯାତ୍ରା ଅନ୍ୟ ରଥଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ଯାତ୍ରାକୁ ଏଠି କୃଷିଭିତିକ ଯାତ୍ରା ଭାବେ ବିଶେଷକରି ଚାଷୀ କୁଳ ପାଳନ କରି ଆସୁଛନ୍ତି । ତେଣୁ ଏହି ରଥଯାତ୍ରା ଗୁଣପୁର ଅଂଚଳରେ ତଲାରୀ ଯାତ୍ରା ଭାବେ ବେଶ ପରିଚିତ । ଗୁଣପୁର ଜଗନ୍ନାଥ ସଂସ୍କୃତିର ଅନନ୍ୟ ଐତିହ ପୀଠ । ଏଠିକା ଆଦିମ ଅଧିବାସୀ ସୌରା ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ପୁରାଣ ବର୍ଣ୍ଣିତ ବିଶ୍ୱାବସୁଙ୍କ ବଶଂଧର ବୋଲି ନିଜକୁ ଦାବି କରନ୍ତି । ପଦ୍ମପୁରସ୍ଥିତ ଅକ୍ଷର ବ୍ରହ୍ମ ମନ୍ଦିରରୁ ଏହା ଅନୁମେୟ । ଏଠି ଜଗନ୍ନାଥଙ୍କ ରୀତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ତେଣୁ ଅନେକ ଗୁଣପୁରର ରଥଯାତ୍ରାକୁ ସୌରାଯାତ୍ରା ବା ତଲାରୀ ଯାତ୍ରା ଭାବେ ବିବେଚନା କରନ୍ତି ।

               ତଲାରି

ଗୁଣପୁର ଅଂଚଳରେ ରଥଯାତ୍ରାକୁ ଦୁଇ ପ୍ରକାର ପାଳନ କରାହୋଇ ଆସୁଛି । ଗୋଟିଏ କାଦୁଆ ଏବଂ ଅନ୍ୟଟି ଧୂଳିଆ । ଶ୍ରୀଗୁଣ୍ଡିଚା କିମ୍ବା ବାହୁଡ଼ା ଦିନ ବର୍ଷା ହେଲେ ସେହିଦିନଠାରୁ ଏଠିକା ଲୋକେ ଜିଲ୍ଲାରେ ମୌସୁମୀ ଆସିବା ଆକଳନ କରି ଚାଷ ବେଉସା ଆରମ୍ଭ କରିଥାନ୍ତି । ତେଣୁ ଏବେ ମଧ୍ୟ ଅନେକ କୃଷକ ଓ ଆଦିବାସୀ ସମ୍ପ୍ରଦାୟର ଲୋକ ପ୍ରାୟତଃ ଚାଷକାମ ପାଇଁ ଯିବା ବେଳକୁ ତଲାରି ବ୍ୟବହାର କରିଥାନ୍ତି । ଏଣୁ ବର୍ଷଯାକ ଅପେକ୍ଷା କରିଥାନ୍ତି ଗୁଣପୁରର ଏହି ନିଆରା ତଲାରି ଯାତ୍ରାକୁ । ଯାତ୍ରାରେ ଅନ୍ୟ କିଛ ଜିନିଷପତ୍ର କିଣନ୍ତୁ କି ନକିଣନ୍ତୁ ତାଳ ବରଡ଼ାରେ ପ୍ରସ୍ତୁତ ତଲାରିଟିଏ କିଣିବାକୁ ଭୁଲନ୍ତି ନାହିଁ ଏଠିକା ଅଧିବାସୀ । ତେବେ ଏତେ ଭିଡ଼ରେ ବି ଆଜି ଏହି ଯାତ୍ରାରେ ପାରମ୍ପରିକ ତଲାରି ବେଶ୍ ବାରିହୋଇପଡ଼େ । ଏଠାରେ ବହୁ ଦୂର ଦୁରାନ୍ତରୁ ତଲାରୀ ବେପାରୀଙ୍କର ଭିଡ଼ ଜମେ ଏହି ଯାତ୍ରାରେ । ବିଶେଷ କରି ଗୁଣପୁର ସହରକୁ ସଂଲଗ୍ନ କରୁଥିବା ଆନ୍ଧ୍ରପ୍ରଦେଶର ଅନେକ ବେପାରି ତାଳପତ୍ରରେ ତିଆରି ତଲାରି ଏଠାକୁ ବିକ୍ରି କରିବା ପାଇଁ ଆଣିଥାନ୍ତି । କାରଣ ଆନ୍ଧ୍ରପ୍ରଦେଶରେ ବ୍ୟାପକ ତାଳଗଛ ରହିଥିବା ବେଳେ ଏହି ପତ୍ର ଦ୍ୱାରା ନିର୍ମିତ ତଲାରି ଅଧିକ ଦିନ ସଂରକ୍ଷିତ ହେଉଥିବା ବେଳେ ବର୍ଷାଦାଉରୁ ମଧ୍ୟ ଏହା ରକ୍ଷା କରିଥାଏ । ସେ ଛେଳି ଜଗୁଆଳି ହେଉ କିମ୍ବା ବିଲରେ ରୁଆ ବେଉଷଣା କରୁଥିବା ଚାଷୀଟିଏ, ତଲାରିଟିଏ କିଣିବାକୁ ଭୁଲନ୍ତି ନାହିଁ । ତେବେ ସେ ଯେତେ ଧନୀ କିମ୍ବା ଗରିବ ହୁଅନ୍ତୁ ଆଜି ମଧ୍ୟ ଗୁଣପୁରର ପ୍ରତ୍ୟେକ ଚାଷୀଙ୍କ ଘରେ ନିଶ୍ଚିତ ଭାବେ ତଲାରିଟିଏ ଦେଖିବାକୁ ମିଳେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *