Friday , September 30 2022
Breaking News
Home / ବିଶେଷ / ସାମାଜୀକ ସମୀକ୍ଷା ନିମନ୍ତେ ତାଲିମ ଶିବିର 

ସାମାଜୀକ ସମୀକ୍ଷା ନିମନ୍ତେ ତାଲିମ ଶିବିର 

ରଘୁନାଥପୁର,୦୨/୦୭/୨୦୧୯ (ଓଡ଼ିଶା ସମାଚାର)-ବ୍ଲକ୍ ସଭା କକ୍ଷରେ ମଙ୍ଗଳବାର ସାମାଜୀକ ସମୀକ୍ଷା ନିମନ୍ତେ ୧୯ ଗୋଟି ପଂଚାୟତର ଗ୍ରାମ୍ୟ ସାଧନ ବ୍ୟକ୍ତିଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ।  ବିଡ଼ିଓ ପଂଚାନନ ପଟାୟତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ଜିଲା ସାମାଜୀକ ଅଡ଼ିଟର ଦୀପକ କୁମାର ପରିଡ଼ା ଓ ବ୍ଲକ୍ ସାମାଜୀକ ଅଡ଼ିଟର  ତ୍ରିିଲୋଚନ ସାହୁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।  ବ୍ଲକ ସାମାଜୀକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ପଣ୍ଡା, ଏମଆଇ ମୋଚିରାମ ଦାସ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ନେଉଥିବା ଗ୍ରାମ୍ୟ ସାଧନ ବ୍ୟକ୍ତିମାନେ ବିଭିନ୍ନ ଗ୍ରାମରେ  ଇନ୍ଦିରା ଗାନ୍ଧି ବାର୍ଦ୍ଧକ୍ୟ ଭତା,  ବିଧବା ଭତା ଓ ଭିନ୍ନକ୍ଷମ ଭତା ପାଉଥିବା ହିତାଧିକାରୀମାନଙ୍କ ପାଖକୁ ଯାଇ ତଦାରଖ କରି ରିପୋର୍ଟ ଅଧିକାରୀଙ୍କୁ ପ୍ରଦାନ କରିବେ । ଏହି ଯୋଜନାର ସଫଳତା ବାସ୍ତବରେ ହିତାଧିକାରୀଙ୍କ ପାଖରେ ପହଂଚିଛି କି ଏଥିରେ କିଛି ବ୍ୟତିକ୍ରମ କରାଯାଇଛି ଏହାକୁ ତଦାରଖ କରିବା ଏହି କାର୍ଯ୍ୟକ୍ରମର ଉାଦ୍ଦଶ୍ୟ ବୋଲି ସାମାଜୀକ ଅଡ଼ିଟର ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.