Tuesday , October 19 2021
Breaking News
Home / ବିଶେଷ / ସମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି

ସମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି

ପାଟକୁରା ,୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ସମାନ୍ୟ ପରିମାଣର ବର୍ଷା ହେଲେ ଅଂଚଳର ମୂଖ୍ୟ ରାସ୍ତା ଉପରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଦିନ ଦିନ ଧରି ଜମି ରହୁଛି । ଏଥି ପ୍ରତି ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନିୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶ ଯେ ଅଂଚଳର ମୂଖ୍ୟ ରାସ୍ତା କୁହାଯାଉଥିବା ପାଟକୁରା -ତାଳସଙ୍ଗା  ନଦୀବନ୍ଧ ରାସ୍ତାର ମାଣିକପୁର ନିକଟସ୍ଥ ଚେମା ଗଡା ଠାରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି । ଏହି ରାସ୍ତାଟି ଜଳ ସମ୍ପଦ ବିଭାଗ ଅଧିନରେ ରହିଥିବାବେଳେ,ଏହାର ଉପର ଭାଗକୁ ପୂର୍ତ ବିଭାଗ ରକ୍ଷଣାବେକ୍ଷଣା କରୁଛି । ନଦୀରେ ଆସୁଥିବା ବନ୍ୟାକୁ ନିୟନ୍ତ୍ରଣ କରାଯିବା ପାଇଁ ନଦୀ ବନ୍ଧର ଗୋଟିଏ ପାଶ୍ୱର୍ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ମାଟିରେ ଡାୱେଲ ବନ୍ଧ ନିର୍ମାଣ କରାଯାଇଛି । ରାସ୍ତାର ବର୍ଷା ପାଣି ଏହି ସ୍ଥାନରୁ ନଦୀ ପାଶ୍ୱର୍କୁ ଯାଉଥିବାବେଳେ,ଏଠାରେ ଡାୱେଲ ବନ୍ଧ ନିର୍ମାଣ କରାଯିବା ଫଳରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାର ଗୋଟିଏ ପାଶ୍ୱର୍ରେ ଜମି ରହୁଛି । ଦୀର୍ଘ ଦିନ ଧରି ରାସ୍ତା ଉପରେ ବର୍ଷା ପାଣି ଜମି ରହୁଥିବାରୁ ରାସ୍ତାର ମଝିରେ ଖାଲ ସୃଷ୍ଟି ହୋଇଛି । ପଥଚାରୀମାନେ ଏହି ବର୍ଷା ପାଣି ଉପରେ ଯାତାୟତ କରିବା ସମୟରେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏଣୁ ପୂର୍ତ ବଭାଗ ଦୃଷ୍ଟି ଦେଇ ରାସ୍ତାରେ ଆବଶ୍ୟକ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *