ଗଂଜାମ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ସୋନମ୍ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଏହି ପଦବିରେ ଥିବା ସୁବାସ ବେହେରା ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଥିଲେ । ଆଜି ଏହି ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୧ ନମ୍ବର ଜୋନ୍ ର ସଦସ୍ୟା ସୋନମ ପଲେଇ ବିଜୁ ଜନତା ଦଳ ପକ୍ଷରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏକ ବନ୍ଦ ଲଫାପାରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରୁ ସୋନମ ପଲେଇ ଙ୍କ ନାମରେ ମୋହର ଲାଗିଥିଲା । ସୋନମ୍ ପଲେଇ ଏକମାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେଣୁ ବିନା ପ୍ରତିଦ୍ୱନ୍ଦିତାରେ ସୋନମ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର