କୋରାପୁଟ,୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ପ୍ରାର୍ଥୀ ତୁଳସୀ କିରିସାନୀ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ ଏହି ପଦରୁ ଇସ୍ତଫା ଦେଲା ପରେ ଏହି ପଦବୀ ଖାଲିଥିଲା ଓ ଉପସଭାପତି ତୁଳସୀ କିରିସାନୀ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ଆଜି କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳ ତରଫରୁ ତୁଳସୀ କିରିସାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଫଳରେ ତୁଳସୀ କିରିସାନୀ ବିନା ପ୍ରତିଦ୍ୱନ୍ଦିତାରେ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ଆତ୍ମଦାହ ମୃତ୍ୟୁ ଘଟଣା: ଵିଧାନସଭାରେ ସରକାରଙ୍କୁ ଘେରିଵ କଂଗ୍ରେସ
କଟକ ସଦର, ୩୦/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନାରେ ଆଇଆଇସିଙ୍କ ଠାରୁ ନ୍ୟାୟ ପାଇବା ପରିବର୍ତ୍ତେ ମାନସିକ ନିର୍ଯ୍ୟାତନାର …