Friday , August 12 2022
Breaking News
Home / ବିଶେଷ / ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରଭାତଫେରି

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରଭାତଫେରି

କଂଟାପଡ଼ା, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଯୁବବାହିନୀପକ୍ଷରୁ ନିଶା ବିରୁଦ୍ଧରେ ସଚେତନତା ଜାଗ୍ରତ କରିବା ଲକ୍ଷ୍ୟରେ କଂଟାପଡ଼ା ବ୍ଲକ ଅନ୍ତର୍ଗତ ବାଗଲପୁରଠାରେ ଏକ ପ୍ରଭାତଫେରି କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଥପ୍ରାନ୍ତସଭା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ଯୁବବାହିନୀମୁଖ୍ୟ ଲଲାଟେନ୍ଦୁ ପାତ୍ର ଓ ଅତିଶକୁମାର ରାଉତଙ୍କ ସମେତ ରମଣରଞ୍ଜନ ମୁଦୁଲି, ଦିଲ୍ଲୀପକୁମାର ସାହୁ, ବସନ୍ତକୁମାର ମଲ୍ଲିକ ଓ କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରିୟନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.