Wednesday , October 20 2021
Breaking News
Home / ତାଜା ଖବର / ବଧୂହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶାଶୂ ଗିରଫ

ବଧୂହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶାଶୂ ଗିରଫ

ତିଗିରିଆ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଂଚାୟତ ସାନପାଟଣାସାହିରେ ଯୌତୂକଜନିତ ବଧୂହତ୍ୟା ଅଭିଯୋଗରେ ମୃତକର ସ୍ୱାମୀ ଓ ଶାଶୁକୁ ତିଗିରିଆ ପୁଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି । ମୃତ ନବବଧୂର ପିତାଙ୍କ ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ରବିନ୍ଦ୍ରକୁମାର ଭୁଜବଳ ଏକ ଯୌତୁକଜନିତ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଘଟଣାଟି ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳକୁ ଜଣାପଡ଼ିଥିବା ବେଳେ ସୋମବାର ମାଜିଷ୍ଟ୍ରେଟ ଭାବେ ତିଗିରିଆ ଅତିରିକ୍ତ ତହସିଲଦାର ହେମନ୍ତକୁମାର ନାୟକଙ୍କ ଉପସ୍ଥିତିରେ ସାଇଂଟିଫିକ ଦଳର ତଦନ୍ତ ପରେ ଜବତ ଶବକୁ ପୁଲିସ ବ୍ୟବଛେଦ ଲାଗି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ଏହି ମାମଲାରେ ମୃତକର ସ୍ୱାମୀ ବଲ୍ଲଭ ବର୍ଦ୍ଧନ ଏବଂ ଶାଶୁ ସର ବର୍ଦ୍ଧନ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଥାନା ଅଧିକାରୀ ଶ୍ରୀ ଭୂଜବଳ କହିଛନ୍ତି ।
ଥାନାରେ ହୋଇଥିବା ଅଭିଯୋଗ ମୁତାବକ ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ମୁକ୍ତାନଗର ଗ୍ରାମର ପୂର୍ଣ୍ଣଚନ୍ଦ୍ର କରଙ୍କ ଝିଅ ଗୀତାଞ୍ଜଳିଙ୍କ ସହ ସାନପାଟଣାସାହିର ପ୍ରଭାକର ବର୍ଦ୍ଧନଙ୍କ ପୁଅ ବଲ୍ଲଭଙ୍କର ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ବୈଦିକରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବାପଘର ବିଭିନ୍ନ ଯାନିଯୌତୁକ ଦେଇଥିବା ବେଳେ ବିବାହ ପରବର୍ତୀ ଦୁଇମାସ ପରେ ଏକ ଗାଡ଼ି ବାବଦକୁ ଆଉ ଅଧିକ ୭୦ ହଜାର ଟଙ୍କା ବାପଘରୁ ଆଣିବା ପାଇଁ ଗୀତାଞ୍ଜଳୀଙ୍କୁ ଶାଶୁଘର ଲୋକେ ଚାପ ପ୍ରୟୋଗ କରିଆସୁଥିଲେ । ଏହାକୁ ନେଇ ପରିବାରର ସଦସ୍ୟ ନାନା ନିର୍ଯାତନା ଦେଇଆସୁଥିଲେ ବୋଲି ଗୀତାଞ୍ଜଳୀ ନିଜ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଜଣାଇଥିଲେ । ମଝିରେ ପୂର୍ଣ୍ଣଚନ୍ଦ୍ର ଝିଅ ଘରକୁ ଆସି ଏ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଶାଶୁଘର ଲୋକେ ଆଉ ସେଭଳି କିଛି ନହୋଇ ସବୁ ଠିକ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଭାଇ ପ୍ରସନ୍ନ ଗୀତାଞ୍ଜଳୀଙ୍କୁ ବାପାଘରକୁ ନେବା ପାଇଁ ଡାକି ଆସିଥିଲେ । ସେଠାରେ ଝିଅକୁ ବାପ ଘରକୁ ନଛାଡ଼ିବାକୁ ଶାଶୁ ସର ମନା କରିଦେବାରୁ ପ୍ରସନ୍ନ ଫେରିଯାଇଥିଲେ । ପରେ ଅପରାହ୍ଣ ୪ଟା ବେଳେ ଗୀତାଞ୍ଜଳୀର ଶାଶୁ ଝିଅ କବାଟ କିଳି ରହିଛି ଓ ଡାକିଲେ ଖୋଲୁ ନଥିବା ସମ୍ପର୍କରେ ବାପଘରକୁ ଫୋନ ଯୋଗେ ଜଣାଇଥିଲେ । ଅପରାହ୍ଣ ପ୍ରାୟ ୪ଟା ବେଳେ ଗୀତାଞ୍ଜଳୀର ବାପା ଓ ବୋଉ ଉଭୟ ସାନପାଟଣାରେ ପହଂଚି ଦେଖିବା ବେଳକୁ ତାଙ୍କ ଝିଅ ଏକ ଲୁଗାରେ ଘର ଓରାରେ ମୃତ ଅବସ୍ଥାରେ ଝୁଲୁଛି । ଶାଶୁଘର ଝିଅକୁ ମାରି ଆତ୍ମହତ୍ୟା ରୂପ ଦେବାକୁ ଏଭଳି ଝୁଲାଇ ଦେଇଥିବା ପିତା ଥାନାରେ ଦେଇଥିବା ଏତଲାରେ ଏସବୁ ଦର୍ଶାଇଥିବା ପୁଲିସ ସୂଚନା ଦେଇଛି । ଓଡ଼ିଶା ସମାଚାର

About admin

Check Also

ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ …

Leave a Reply

Your email address will not be published. Required fields are marked *