Tuesday , October 26 2021
Breaking News
Home / ରାଜନୀତି / ତୁଳସୀପୁର ଓ ହରିରାଜପୁର ସରପଂଚଙ୍କ ବିଜେଡିରେ ଯୋଗଦାନ

ତୁଳସୀପୁର ଓ ହରିରାଜପୁର ସରପଂଚଙ୍କ ବିଜେଡିରେ ଯୋଗଦାନ

ବାଙ୍କୀ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡମପଡା ବ୍ଲକର ତୁଳସୀପୁର ପଂଚାୟତ ଓ ହରିରାଜପୁର ପଂଚାୟତର ୨ ସରପଂଚ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଭୂବନେଶ୍ୱରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ହରିରାଜପୁର ସରପଂଚ ଦେବସ୍ମିତା ସେଠୀ, ୱାର୍ଡ ସଦସ୍ୟ ବିଜୟକୁମାର ସାହୁ ଏବଂ ତୁଳସୀପୁର ସରପଂଚ ସ୍ନେହଲତା ବେହେରା ପ୍ରମୁଖ ବିଜେଡିରେ ଯୋଗଦାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଆକୃଷ୍ଟ ହୋଇ ୨ ସରପଂଚ ବିଜେଡିରେ ସାମିଲ ହୋଇଛନ୍ତି । ବାଙ୍କୀର ପୂର୍ବତନ ବିଧାୟକ ତଥା ବାଙ୍କୀ ବିଜେଡିର ନେତୃତ୍ୱ ପ୍ରଭାତକୁମାର ତ୍ରିପାଠୀ ନବାଗତଙ୍କୁ ଦଳୀୟ ଉତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ପଂଚାୟତର ବିକାଶ ପାଇଁ ସରପଂଚମାନଙ୍କର ବିଜେଡିରେ ଯୋଗଦାନ ଏକ ସ୍ୱୟଂସମ୍ପୂର୍ଣ୍ଣ ବିକାଶଧାରାର ସହଯୋଗୀ ବୋଲି ଅଭିନନ୍ଦନ ଜଣାଇଥିଲେ । ବାଙ୍କୀ ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉଭୟ ସରପଂଚଙ୍କୁ ଅଭିନନ୍ଦନ ଜଣାଇ ସବୁଜ ଓ ସମୃଦ୍ଧବାଙ୍କୀର ବିକାଶଧାରାରେ ସହଯୋଗୀ ହୋଇଥିବା ହେତୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ,୫୦ ୟୁନିଟ ରକ୍ତ ସଂଗ୍ରହ

କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ …

Leave a Reply

Your email address will not be published. Required fields are marked *