ତିର୍ତୋଲ,୦୨/୦୭/୨୦୧୯(ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ ଶାରଳାପୀଠ ନିକଟ କଂଟାପଡା ଗ୍ରାମର ଶିକ୍ଷାବିତ ତଥା ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିକୁଞ୍ଜ କିଶୋର ଦାସଙ୍କର ଶନିବାର ପରଲୋକ ହୋଇଯାଇଛି । ସେ କଟକସ୍ଥିତ ବାସଭବନରେ ଅବସ୍ଥାନ କରିବା ସହ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଢିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଟକ ସତୀଚଉରାସ୍ଥିତ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ସେ ତିର୍ତୋଲ ମହାବିଦ୍ୟାଳୟ ସମେତ ଓଡିଶାର ବିଭିନ୍ନ ମହାବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ପରେ ତିର୍ତୋଲ ଓ କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୫ରେ କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷରୁ ଅବସରଗ୍ରହଣ କରିଥିଲେ । ସେ ସେ ଜଣେ ମିଷ୍ଟଭାଷୀ, ଛାତ୍ର ବତ୍ସଳ ପ୍ରାଧ୍ୟାପକ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଝଙ୍କଡ ସାହିତ୍ୟ ସଂସଦ ତରଫରୁ ଗଭୀର ଶୋକ ପାଇଛି । ସଂସଦର ଉପଦେଷ୍ଟା ନିତ୍ୟାନନ୍ଦ ଜେନା, ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ, ଆଡ୍ଭୋକେଟ ଦେବସାନ୍ନ ଦାସ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଗୋଲୋକ ବିହାରୀ ପଲାଇ, ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, ପ୍ରାକ୍ତନ ତିର୍ତୋଲ କଲେଜ ଅଧ୍ୟକ୍ଷ କୃଷ୍ଣପ୍ରସାଦ ସାହୁ, ପ୍ରାଧ୍ୟାପକ ଜ୍ଞାନଜ କୁମାର ସାମନ୍ତରାୟ, ଡଃ ପ୍ରଭାସ ରଞ୍ଜନ ପାଣି, ପରମାନନ୍ଦ ମିଶ୍ର, ପ୍ରତାପ ଚନ୍ଦ୍ର ଦାସ, ନିରଞ୍ଜନ ସାହୁ, ବାବାଜୀ ଚରଣ ବେହେରା, ଦିଗମ୍ବର ରାଉତ, ଅମରଜ୍ୟୋତି ସାହୁ, ରଞ୍ଜନ କୁମାର ପଣ୍ଡା, ଡଃ ଅମରେନ୍ଦ୍ର ଦାସ, ଭକ୍ତ ଚରଣ ମହାନ୍ତି, ନିତ୍ୟାନନ୍ଦ ନାୟକ, ସବିତା ନାୟକ, ଝୂଲରାମ ଦାସ, ଦେବେନ୍ଦ୍ର ନାଥ କର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ବରଦା ପ୍ରସନ୍ନ ରାଉତ, ପ୍ରଶାନ୍ତ କୁମାର ଦାସ, ଫକିର ଚରଣ ବାରିକ, ଆରତୀ ତ୍ରିପାଠୀ, ବସନ୍ତ ମଞ୍ଜରୀ ଦାସ, ଡଃ ସତ୍ୟ କାନୁନ୍ଗୋ ଓ ପ୍ରକାଶ ବନ୍ଦ୍ର ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକଟ କରି ତାଙ୍କ ମୃତ୍ୟୁ ତିର୍ତୋଲ ଅଂଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର