Thursday , October 21 2021
Breaking News
Home / ଶିକ୍ଷା / ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ମଙ୍ଗଳବାର ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନ (ଅପୋସା) ତରଫରୁ ଏକ ଆଲୋଚନା ସଭା ତଥା ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ୫୦୦ରୁ ଉଦ୍ଧ୍ୱର୍ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରୁ ଆଲୋଚନାଚକ୍ରରେ ଘରୋଇ ବିଦ୍ୟାଳୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଜିଲ୍ଲା ସଂଗଠନମାନେ ତଥା ଅପୋସାର କର୍ମକର୍ତାମାନେ ବକ୍ତବ୍ୟ ରଖିଥିଲେ । ଅପୋସାର ସମ୍ପାଦକ ଶ୍ରୀ ଅବନ୍ତି କୁମାର ସୁତାର ସମସ୍ତଙ୍କୁ ଏକ ହୋଇ ସରକାରୀ ନୀତି ସହ ତାଳମେଳ ରଖି ଉତମ ଶିକ୍ଷା ବ୍ୟବସ୍ଥା ତଥା ଛାତ୍ରଛାତ୍ରୀମାନଙ୍କର ଉତମ ଚରିତ୍ର ଗଠନକୁ ଧ୍ୟାନ ଦେବା ପାଇଁ ବିଶେଷ ଭାବେ ଅନୁରୋଧ କରିଥିଲେ ।

ତତପରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମହୋଦୟ ସ୍କୁଲ୍, ବିଦ୍ୟାଳୟଗୁଡ଼ିକର ବର୍ତମାନ ଓ ଭବିଷ୍ୟତ ତଥା ସରକାରଙ୍କର ଆଭିମୁଖ୍ୟ ଉପରେ ସ୍ପଷ୍ଟ ମତପୋଷଣ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ଅପୋସା ରାଜ୍ୟ କମିଟି ତରଫରୁ ବିଶେଷ ଭାବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରବର୍ତୀ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ମୁଖ୍ୟ କର୍ମକର୍ତା ମଣ୍ଡଳୀ ସ୍ୱତନ୍ତ୍ର ଭାବରେ ମନ୍ତ୍ରୀ ମହୋଦୟଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଅପୋସାର ସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ବିଶେଷ ଭାବରେ ଆହ୍ୱାନ ଦେଇ କହିଥିଲେ ଯେ, ସମସ୍ତ ଘରୋଇ ବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କର ନିୟମ କାନୁନ୍ ଦେଇ ଗତି କରିବା ବ୍ୟତୀତ ଉତମ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା, ବେକାରୀ ଦୂରୀକରଣ ଓ ଉତମ ଛାତ୍ର ଗଠନ ଆଦି ମୂଳ ଲକ୍ଷ୍ୟ ରଖିଥିବା ଘରୋଇ ବିଦ୍ୟାଳୟଗୁଡ଼ିକୁ ସୁନଜରରେ ଦେଖନ୍ତୁ ବୋଲି ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *