ରାଜନଗର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ବ୍ଲକ ହାତିନା ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗାଁର ଉଚ୍ଛବ ରାଉତ(୬୦) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସାପଟିଏ କାମୁଡି ଦେଇଥିଲା । ସେ ପାଟି କରିବାରୁ ଘର ଲୋକ ସାପଟିକୁ ଖୋଜାଖୋଜି କରି ପାଇ ନଥିଲେ । ତାଙ୍କୁ ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ କେନ୍ଦ୍ରାପଡା ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଓଡ଼ିଶା ସମାଚାର