Thursday , October 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ – ଅଭିଯୁକ୍ତ ଗିରଫ

ସଂକ୍ଷେପରେ ତାଜା ଖବର : ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ – ଅଭିଯୁକ୍ତ ଗିରଫ


ନିଆଳି, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରେଣୀ ଗୃହରେ ଜଣେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ନିଆଳି ଥାନା ଅନ୍ତର୍ଗତ ଆମ୍ବପଡ଼ା ପ୍ରାଥମିକ ବିଦ୍ୟାଳୟର ଶ୍ରେଣି ଗୃହରେ ଶିକ୍ଷୟିତ୍ରୀ ସୁଚିସ୍ମୀତା ମୁଦୁଲି ପିଲାଙ୍କୁ ପାଠ ପଢ଼ାଉଥିବାବେଳେ ହଠାତ ବିଭୂତି ମହାନ୍ତି ନାମକ ଜଣେ ଯୁବକ ଶ୍ରେଣୀ ଗୃହରେ ବସି ଏକ କଟୁରୀ ରେ ଶିକ୍ଷୟିତ୍ରୀ ସୁଚିସ୍ମୀତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଶିକ୍ଷୟିତ୍ରୀ ସୁଚିସ୍ମୀତାଙ୍କୁ ଚାରିଛକ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୁକ୍ତ ବିଭୁତି କୁ ପୋଲିସ୍ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *