ନିରାକାରପୁର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଦାଶରଥି ମହାପାତ୍ର ଉଚ୍ଚ ବିଦ୍ୟାଳୟଠାରେ ୭୦ତମ ବନମହୋତ୍ସବ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଛଣଗିରି ଶାଖା ଆନୁକୂଲ୍ୟରେ ପାଳିତ ହୋଇଯାଇଛି ।ପ୍ରକୃତି ବନ୍ଧୁ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ କରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛଣଗିରି ଶାଖା ପରିଚାଳକ ସୁବାଷ ଚନ୍ଦ୍ର ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ରଘୁନାଥ ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଭୂଷଣ ଦାଶ, ସମ୍ମାନୀତ ଅତିଥି ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଧାନାର ସଂପାଦିକା ଉଷାରାଣୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗତ ଫନି ବାତ୍ୟାରେ ବ୍ୟାପକ ଭାବେ ବୃକ୍ଷଗୁଡିକ ନଷ୍ଠ ହୋଇଥିବା ଫଳରେ ପରିବେଶ ପ୍ରତି ଘୋର ବିପଦ ମାଡି ଆସୁଛି । ତେଣୁ ଆଜି ଠାରୁ ସମସ୍ତେ ଯତ୍ନବାନ ହୋଇ ବ୍ୟାପକ ଭାବେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ।କେବଳ ବୃକ୍ଷରେପଣ କଲେ ଚଳିବ ନାହିଁ ବୃକ୍ଷକୁ ଲଗାଇବା ଦିନଠାରୁ ତାକୁ ପ୍ରକୃତ ଯତ୍ନ ନେବାକୁ ପଡିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୫ଟି ଉଚ୍ଚ ବିଦ୍ୟାଳୟର ସରପାରୀ, ଅଚ୍ୟୁତପୁର ,ରମାବିଲ, ହଜ, ଓଳସିଂହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିଲିକା ଉପରେ ବନୀକରଣ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସୁରେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୈଭାଗୀନି ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
