ନିଶ୍ଚିନ୍ତକୋଇଲି ,୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ନାବାର୍ଡ ସହାୟତାରେ ତିନିମୁହାଣି ବଜାରରେ ଶ୍ରୀଅଚ୍ୟୁତ ରୁରାଲ ମାର୍ଟର ଶୁଭ ଉଦଘାଟିତ ହୋଇଯାଇଛି । ନାବାର୍ଡ କଟକ ଜିଲା ଏଜିଏମ୍ ସିଦ୍ଧାର୍ଥଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନାବାର୍ଡ ଡିଜିଏମ୍ ଶ୍ରୀମତୀ ପ୍ରତିମା ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ମାର୍ଟର ଉଦ୍ଘାଟନ କରିଥିଲେ । ମା’ବାସୁଳେଇ ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୟ ପାଇଁ ସୁଯୋଗ ଆଣିଦେବା ସହ ଚାଷୀଙ୍କଠାରୁ ପନି ରିବା ସଂଗ୍ରହ କରାଯାଇ କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ବିକ୍ରୟ ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ତିନିମୁହାଁଣି ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ନେମାଳ ଥାନା ଅନ୍ତର୍ଗତ ଦେମାଣ୍ଡୋସ୍ଥିତ ମା’ମଙ୍ଗଳା ମଣ୍ଡପଠାରେ ୧୫୦ରୁ ଊଦ୍ଧ୍ୱର୍ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାବାର୍ଡ ଡିଜିଏମ୍ ଶ୍ରୀମତୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ନିଗମ ସଂଗଠନର ସମ୍ପାଦକ ସୁରେଶକୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅଗ୍ରଣୀ କୃଷକ କ୍ଷୀରୋଦ ପଣ୍ଡାଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚାଷୀଙ୍କୁ କୃଷିକ୍ଷେତ୍ରରେ ଯାନ୍ତ୍ରୀକରଣ ପ୍ରକ୍ରିୟାରେ ସାମିଲ କରିବାକୁ କିଛି କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା । ନିଗମ ସଂଗଠନର ଅନନ୍ତଗୋପାଳ ପ୍ରତିହାରୀ, ବିଚିତ୍ର ସ୍ୱାଇଁ, ସୁଧାଂଶୁ ନାୟକ, ପ୍ରଭାକର ବେହେରା, ମଧୁସ୍ମିତା ଦାସ, ମମତା କର, ଅକ୍ଷୟ ନାଥ, ନବକିଶୋର ଦାସ, ବିକାଶ ମହାପାତ୍ର, ବିଜୟ ମୁଦୁଲି ପ୍ରମୁଖ ପରିଚାଳନା କରିଥିବା ବେଳେ ସୁରେଶକୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
