Sunday , October 24 2021
Breaking News
Home / କୃଷି / ମହିଳା ମତ୍ସ୍ୟଜୀବୀ ପ୍ରୋତ୍ସାହନ ଓ ଉତ୍ପାଦନ ଶିବିର ଉଦଘାଟିତ

ମହିଳା ମତ୍ସ୍ୟଜୀବୀ ପ୍ରୋତ୍ସାହନ ଓ ଉତ୍ପାଦନ ଶିବିର ଉଦଘାଟିତ

ରାଜକନିକା, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଶିଳ୍ପବିହୀନ କେନ୍ଦ୍ରାପଡା ଜିଲାର ଜନଜୀବନକୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟରେ ଗ୍ରାମ ଉତଥାନ ପକ୍ଷରୁ ମହିଳାମାନଙ୍କ ସଂପୃକ୍ତିରେ ଘରେ ଘରେ ଥିବା ପୋଖରୀରୁ ଆୟର ପନ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସମୁଦାୟ ଜିଲାର ୨୭ ହଜାର ପରିବାରକୁ ସମନ୍ୱିତ ମତ୍ସ୍ୟଚାଷ ପ୍ରତି ଆକୃଷ୍ଟ କରାଇ ନିଶ୍ଚିତ ରୋଜଗାରର ସୁରକ୍ଷାକୁ ଦୃଢୀଭୁତ କରିଥିବା ଏହି ଅଭିଯାନକୁ କେନ୍ଦ୍ରାପଡା ଜିଲାପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି  । ଗ୍ରାମ ଉତଥାନ ପକ୍ଷରୁ କଲ୍ୟାଣୀ ଉଦ୍ୟୋଗ ପରିସରରେ ଅନୁଷ୍ଠିତ ମହିଳା ଉଦ୍ୟୋଗୀ ସମାବେଶରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାର ନବନିଯୁକ୍ତ ଜିଲାପାଳ ସମର୍ଥ ବର୍ମା ଯୋଗ ଦେଇ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତାକୁ ଦୃଢ କରିଥିବା ଏଭଳି ସମନ୍ୱିତ ପ୍ରକଳ୍ପର ପ୍ରଶଂସା କରି ଗ୍ରାମ୍ୟ ଅର୍ଥନୀତିରେ ଏହାର ସୁଦୂର ପ୍ରଭାବକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଜେନେରାଲ ମ୍ୟାନେଜର ଏ.ପି ଦାସ, କେନ୍ଦ୍ରାପଡା ଜିଲା ପ୍ରକଳ୍ପ ନିର୍ଦେଶକ ଦିଲୀପ କୁମାର ପରିଡା,ଗିଜ ଇଣ୍ଡିଆର ନିର୍ଦେଶକ ରାଜୀବ ଆହାଲ ଏବଂ ଆଇଏଫଏଡିର ପ୍ରୋଗ୍ରାମ ଅଫିସର ପ୍ରିଂଉ ବେହାଟୁ ଯୋଗଦେଇ ମହିଳା ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । କେନ୍ଦ୍ରାପଡା ଜିଲାର ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ଏବଂ ରାଜନଗରର ୪ଟି ମହିଳା ମତ୍ସ୍ୟ ଉତ୍ପାଦକ ସଂଗଠନର ସଦସ୍ୟାମାନଙ୍କ ସହ ପରିଚାଳନା ଏବଂ ବିକାଶ ପାଇଁ ଅତିଥିମାନେ ଆଲୋଚନା କରିଥିଲେ  । ଏହା ସହିତ ସମନ୍ୱିତ ଚାଷୀ ପ୍ରୋତ୍ସାହନ ଶିବିର, ମତ୍ସ୍ୟ ଉତ୍ପାଦ ୟୁନିଟ, ଯାଆଁଳ ଉତ୍ପାଦନ, ବଗିଚା ଏବଂ ପନିରିବା ଉତ୍ପାଦନ ନର୍ସରୀ, ପୋଖରୀରେ ମାଛ ଓ ବତକ ପାଳନ, ଆଜୋଲା ଏବଂ ଜିଆଖତ ଉତ୍ପାଦନର ପ୍ରାମାଣିକତାର ନମୁନାକୁ ବୁଲି ତଦାରଖ କରିଥିଲେ । ଗ୍ରାମଉତଥାନର ସଂପାଦକ ଗୋବିନ୍ଦ ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ରାଜ୍ୟରେ ଗରିବଙ୍କୁ କିଭଳି ସ୍ୱାବଳମ୍ବୀ କରାଯାଇପାରିବ ସେଥିପାଇଁ ସବୁବେଳେ ଉଦ୍ୟମ ଜାରିରହିଥିବା କହିଥିଲେ  । ସନ୍ତୋଷ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମଉତଥାନର ସମନ୍ୱିତ ମତ୍ସ୍ୟଚାଷ ସଂପର୍କରେ ଚୈତନ୍ୟ ବିଶ୍ୱାଳ ସୂଚନା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମଉତଥାନ ପରିବାର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିବା ବେଳେ ବ୍ଲକ ଓ ଜିଲାସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ  ଶ୍ରମିକ ବିରୋଧୀ ଆଇନ, ଉକôଟ …

Leave a Reply

Your email address will not be published. Required fields are marked *