କଟକ, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ସାଂସ୍କୃତିକ ଅନୁଷ୍ଠାନ ଅଭୀପ୍ସା ପକ୍ଷରୁ ରଜ ଅବସରରେ ଆରମ୍ଭ ହୋଇଥିବା ରଜକୁଇନ-୨୦୧୯ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି । ସ୍ଥାନୀୟ ଗଣେଶଘାଟସ୍ଥିତ ନିଶାମୁକ୍ତି କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିୟର ବିଭାଗରେ ପିଠାପୁର ଅଂଚଳରୁ ରୁବ୍ଲୀ ପ୍ରିୟଦର୍ଶିନୀ ଓ ସିନିୟର ଗ୍ରୁପରେ ବୟାଳିଶ ମୌଜାର ବିଶ୍ୱବନ୍ଦିତା ଅଭୀପ୍ସା ରଜ କୁଇନ ବିଜେତା ହୋଇଛନ୍ତି । ଏହି ଅବସରରେ ଉଭୟଙ୍କୁ ଉତରୀୟ, କ୍ରାଉନ ସହିତ କାହ୍ନୁଚରଣ ନାୟକ ସ୍ମୃତି ଟ୍ରଫି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଗାନ୍ଧୀଭବନଠାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳ ତଥା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଜିଲ୍ଲାରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ନୃତ୍ୟ, ଗୀତ ଓ ଅଭିନୟ ଆଦି କ୍ଷେତ୍ରରେ ପାରଦର୍ଶିତା ଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଉଭୟଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭୀପ୍ସା ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ସାମାଜିକ କର୍ମୀ ବିଜୟଲକ୍ଷ୍ମୀ ମହାପାତ୍ର, ଶିବ ଦାସ, ପୂର୍ଣ୍ଣ ସିଂହ, ମନୀଷା ରାୟ, ବିଶ୍ୱନାଥ କର ପ୍ରମୁଖ ଯୋଗଦେଇଥିଲେ । ସାଂସ୍କୃତିକ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର