ଭୁବନେଶ୍ୱର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାର ପୂଜାହାରୀ କଂଗ୍ରେସ ଦଳ ଛାଡ଼ିଛନ୍ତି । ଗତ ଏପ୍ରିଲ ୩ରେ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିବା ଡା. ପୂଜାହାରୀ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଅଖିଳ ଭାରତ କଂଗ୍ରେସ କମିଟି ସହିତ ପ୍ରଦେଶ କଂଗ୍ରେସ ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଅଫିସରେ ନିର୍ବାଚନ ପରବର୍ତୀ ସମୀକ୍ଷା ବୈଠକରେ ଦଳୀୟ କର୍ମୀମାନେ ତାଙ୍କ ପ୍ରତି ଯେଭଳି ଆଚରଣ ପ୍ରଦର୍ଶନ କଲେ ସେଭଳି ସ୍ଥିତିରେ ଦଳରେ ରହି କାର୍ଯ୍ୟ କରିବା ଆଦୌ ସମ୍ଭବ ହୋଇନଥାନ୍ତା ବୋଲି ଡା. ପୂଜାହାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଓଡ଼ିଶା ସମାଚାର
Check Also
ଶିବାଜୀ ପଟ୍ଟନାୟକଙ୍କ ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …