Tuesday , October 26 2021
Breaking News
Home / ବିଶେଷ / ଆମ ପୁଲିସ ପକ୍ଷରୁ ବଜାର ସଫେଇ

ଆମ ପୁଲିସ ପକ୍ଷରୁ ବଜାର ସଫେଇ

ଧର୍ମଶାଳା, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)-ଧର୍ମଶାଳା ଥାନା ପୁଲିସ୍ ପକ୍ଷରୁ ଜାରକା ବଜାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ସଦସ୍ୟ ଓ କର୍ମକର୍ତାମାନେ ରବିବାର ସକାଳେ ହାତରେ କୋଦାଳ, ଝାଡ଼ୁ ଧରି ଜାରକୁ ବଜାରରେ ପହଂଚି ବଜାର ସଫେଇ କରିଥିଲେ । ଜାରକା ବିଟ ହାଉସ ଅଧିକାରୀ ଉପେନ୍ଦ୍ର ଦାସ, ଧର୍ମଶାଳା ଏଏସଆଇ ନୀରଂଜନ ଦେହୁରୀ,ଆରକେ ରାଉତ ପ୍ରମୁଖ ସହଯୋଗ କରିଥିଲେ । ପ୍ରତ୍ୟେକ ମଙ୍କସର ଶେଷ ରବିବାର ଏହି କାର୍ଯର୍୍ୟକ୍ରମ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଆଗକୁ ରଥଯାତ୍ରା ଥିବାରୁ ଭାରତ ଟ୍ରଷ୍ଟ ଏକାଡ଼େମୀ ପକ୍ଷରୁ ସଂଯୋଜିକା ଲକ୍ଷ୍ମୀକୁମାରୀ ଶାନ୍ତି ମଧ୍ୟ ବଜାର ସଫେଇ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *