Friday , January 28 2022
Breaking News
Home / ବିଶେଷ / ୨୭୬୩୩ ମିଲିୟନ ୟୁନିଟ୍ ବିଦ୍ୟୁତ୍ ଉପଲବ୍ଧ

୨୭୬୩୩ ମିଲିୟନ ୟୁନିଟ୍ ବିଦ୍ୟୁତ୍ ଉପଲବ୍ଧ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ରୀଡ଼୍କୋରୁ ଣିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୮-୧୯ ବର୍ଷରେ ବିଭିନ୍ନ ଉତ୍ସରୁ ମୋଟ ୨୭୬୩୩ ମିଲିୟନ୍ ୟୁନିଟ୍ ଉବଲବ୍ଧ ହୋଇଛି । ସେଥିମଧ୍ୟରୁ ହାଇଡ୍ରୋ ବିଦ୍ୟୁତ୍ ୬୪୨୦ ମିଲିୟନ୍ ୟୁନିଟ୍, ଥର୍ମାଲ ବିଦ୍ୟୁତ୍ର ପରିମାଣ ୫୯୬୭ ମିଲିୟନ୍ ୟୁନିଟ୍ ଓ ସୋଲାର ବିଦ୍ୟୁତ୍ର ପରିମାଣ ୪୧୪ ମିଲିୟନ୍ ୟୁନିଟ୍ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ବିଧାନସଭାରେ ଭୂପିନ୍ଦର ସିଂ ରାଜ୍ୟରେ ମୋଟ କେତେ ବିଦ୍ୟୁତ୍ ଉପଲବ୍ଧ ହେଉଛି, ଏହା କେଉଁ କେଉଁ ସ୍ରୋତରୁ ଆସୁଛି ଏବଂ କ୍ରୟ ହେଉଥିବା ବିଦ୍ୟୁତ୍ର ଦାମ ସମ୍ପର୍କରେ ଏକ ତାରକା ପ୍ରଶ୍ନ ପଚାରିଥିଲେ । ଉତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ମୋଟ ୨୫୪୬୮ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ପଡ଼ୁଛି । ଉପଭୋକ୍ତାମାନଙ୍କୁ ରାଜ୍ୟର ଚାରୋଟି କମ୍ପାନୀ ବିଦ୍ୟୁତ୍ ବିତରଣ କରୁଛନ୍ତି । ସମସ୍ତ କମ୍ପାନୀ ଗ୍ରୀଡ୍କୋ ନିକଟରୁ ବିଦ୍ୟୁତ୍ କ୍ରୟ କରୁଥିବା ବେଳେ ୟୁନିଟ୍ ପିଛା ସମସ୍ତେ ଭିନ୍ନ ଭିନ୍ନ ଦାମ୍ ପ୍ରଦାନ କରୁଛନ୍ତି । ସେସୁ ୟୁନିଟ୍ ପିଛା ୨୭୪ ପଇସା ପ୍ରଦାନ କରୁଥିବା ବେଳେ, ୱେସ୍କୋ ୩୦୦ ପଇସା, ନେସ୍କୋ ୩୦୧ ଏବଂ ସାଉଥ୍କୋ ୧୯୭ ପଇସାରେ ବିଦ୍ୟୁତ୍ କ୍ରୟ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *