Sunday , July 3 2022
Home / ତାଜା ଖବର / ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀମୃତ  – ଅଭିଯୁକ୍ତ ସ୍ୱାମୀ ଗିରଫ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀମୃତ  – ଅଭିଯୁକ୍ତ ସ୍ୱାମୀ ଗିରଫ

ଜୟପାଟଣା,୩୦/୦୬/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମଙ୍ଗଲପୁର ପଂଚାୟତର କୁହୁରିଗୁମା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ଅଗସ୍ତି ମାଝୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ବେଲ ମାଝୀ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହତ୍ୟାକାରୀ ସ୍ୱାମୀ ଜୟପାଟଣା ଇନ୍ଦ୍ରାବତୀ କଲେଜ ଛକ ନିକଟରେ ଏକ ଗଛରେ ଚଢିଯାଇଥିଲା । ଖବର ପାଇ ଜୟପାଟଣା ପୋଲିସ ପହଂଚି ଶବ ଜବତ କରିବା ସହ ଦୀର୍ଘ ଏକ ଘଂଟା କସରତ କରି ହତ୍ୟାକାରୀ ଅଭିଯୁକ୍ତ ଅଗସ୍ତିକୁ ଇନ୍ଦ୍ରାବତୀକଲେଜ ଛକ ଉପରୁ ଆଣି ଗିରଫ କରିଛି । ତେବେ ହତ୍ୟାର କାରଣ ଅଷ୍ପଷ୍ଟ ରହିଛି । ତେବେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ ଗତ ୨ ବର୍ଷ ବେଲ ନିଜ ବାପଘରେ ରହୁଥିଲା । ଶ୍ୱଶୁର ଘରେ ପସି ସେ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଓଡ଼ିଶା ସମାଚାର

About admin

Check Also

କାର ଧକ୍କା ଦେଲା ବାଇକକୁ – ଜାତୀୟ ରାଜପଥରେ ଜଳିଗଲା ବାଇକ

କେନ୍ଦ୍ରାପଡା, ୨୬/୬/୨୦୨୨(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି …

Leave a Reply

Your email address will not be published. Required fields are marked *