Wednesday , January 26 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଦୁଇ ଶିଶୁଙ୍କୁ ବିଷ ପିଆଇ ମାର ଆତ୍ମହତ୍ୟା

ସଂକ୍ଷେପରେ ତାଜା ଖବର : ଦୁଇ ଶିଶୁଙ୍କୁ ବିଷ ପିଆଇ ମାର ଆତ୍ମହତ୍ୟା

ମାଲକାନାଗିରି, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ଦୁଇ ଶିଶୁଙ୍କୁ ବିଷ ପିଆଇ ମାର ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ଗଉଡ଼ଗୁଡ଼ା ଗାଁ ରେ । ମିଳିଥିବା ତାଜା ସୂଚନା ଅନୁସାରେ ଗଉଡ଼ଗୁଡ଼ାର ସୀତା ମାଡ଼କାମୀ ନିଜର ୪ ବର୍ଷର ଶିଶୁପୁତ୍ର ଓ ୫ ବର୍ଷର ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିଛନ୍ତି । ୨ ବର୍ଷ ତଳେ ସ୍ୱାମୀ ଙ୍କର ମୃତ୍ୟୁ ହୋଇଥିବାରୁ ସୀତା ପରିବାର ଚଳାଇବାକୁ କିଛି ସମ୍ବଳ ନଥିବାରୁ ଏଭଳି ଚରମ ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି । ତେବେ ମା ସୀତାଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଦୁଇ ଶିଶୁ ଙ୍କୁ ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୟପୁର ଦୈନିକ ପରିବା ମାର୍କେଟରେ ନିଆଁ ଲାଗି ଦୋକାନ ଘର ଜଳିଗଲା

ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା …

Leave a Reply

Your email address will not be published. Required fields are marked *