ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଶ୍ରୀମତି ପ୍ରଭାତି ପରିଡାଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନର ଏକ ବୈଠକ ରାଜ୍ୟ କାର୍ଯ୍ୟାଳୟ କୁଶାଭାଓ ଠାକରେ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ଜୁଲାଇରୁ ମହିଳା ମୋର୍ଚ୍ଚାର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନରେ ସମାଜର ବିଭିନ୍ନ ବର୍ଗର ମହିଳାଙ୍କୁ ସଦସ୍ୟ କରି ବିଜେପିକୁ ସର୍ବ ସମାବେଶୀ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି । ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତୃବୃନ୍ଦ ସଦସ୍ୟତା ଗ୍ରହଣ ଅଭିଯାନରେ ସକ୍ରିୟ ସହଭାଗୀ ହେବାର ସଂକଳ୍ପ ନେଇଥିଲେ । ଗ୍ରାମରୁ ସହାର ଯାଏଁ ଥିବା ଶ୍ରମଜିବୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଥିବା ଛାତ୍ରୀମାନଙ୍କୁ ମଧ୍ୟ ସଙ୍ଗଠନରେ ସହଭାଗିତା କରାଯିବ । ଉକ୍ତ ବୈଠକରେ ରାଜ୍ୟ ବିଜେପିର ସଦସ୍ୟତା ପ୍ରଭାରୀ ଅନନ୍ତ ନାୟକ, ସହ ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ସମ୍ବୋଧନ କରିଥିଲେ । ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଭାରୀ ଶ୍ରୀମତି ସୁରମା ପାଢୀ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ରାଜ୍ୟ ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ଶ୍ରୀ ମାନସ ମହାନ୍ତି ସଦସ୍ୟତା ଗ୍ରହଣରେ ମହିଳାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ । ଉକ୍ତ ବୈଠକରେ ସୁକେଶୀ ଓରାମ, ସବିତା ନନ୍ଦ, ଜୟନ୍ତୀ ପଢିୟାରୀ, ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚାର ସାଧାରଣ ସଂପାଦକ ପ୍ରତିଭା ଶତପଥୀ, ବବିତା ପାତ୍ର, ଉପସଭାପତି କାନନବାଳା ପଟ୍ଟନାୟକ, ସ୍ନୃତି ପଟ୍ଟନାୟକ, ନିୟତୀ ଗିରୀ, ସୁସମା ବିଶ୍ୱାଳ, ସଂପାଦିକା ରଶ୍ମରେଖା ଦାସ, କଳ୍ପନା ଲେଙ୍କାଙ୍କ ସମତେ ସମସ୍ତ ସାଂସଦ ପ୍ରାର୍ଥୀନୀ, ବିଧାନସଭା ପ୍ରାର୍ଥୀନୀ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ରାଜ୍ୟ କାର୍ଯ୍ୟକାରଣୀ ସଭ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର