Wednesday , December 8 2021
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିିକୁ ୧୨ଟି ସଂସ୍ଥା ଦେଲେ ୬୩ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିିକୁ ୧୨ଟି ସଂସ୍ଥା ଦେଲେ ୬୩ ଲକ୍ଷ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଫାନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଶନିବାର ୧୨ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମୋଟ ୬୨,୯୪,୦୮୩ ଟଙ୍କା ଦାନ କରାଯାଇଛି । ସୁନ୍ଦରମ ଫାଇନାନ୍ସ ଲିମିଟେଡ ଚେନ୍ନାଇ ପକ୍ଷରୁ ୨୫ ଲକ୍ଷ ଟଙ୍କା, ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ୮,୫୦,୦୦୦ ଟଙ୍କା, ଓଡ଼ିଶା ପବ୍ଲିକ୍ ହେଲ୍ଥ ଇଞ୍ଜିନିୟରିଂ ଅର୍ଗାନାଇଜେସନ ପକ୍ଷରୁ ୫,୪୫,୭୯୪ ଟଙ୍କା, ଆଇଡିଏଲ ଏକ୍ସପ୍ଲୋସିଭ୍ ଲିମିଟେଡ୍, ରାଉରକେଲା ପକ୍ଷରୁ ୫ ଲକ୍ଷ ଟଙ୍କା, ଆଇଡିଏଲ୍ ଏକ୍ସପ୍ଲୋସିଭ୍ସ ଲିମିଟେଡ୍, ରାଉରକେଲାର କର୍ମଚାରୀମାନଙ୍କ ପକ୍ଷରୁ ୫୯,୨୨୧ ଟଙ୍କା, ବରଗଡ଼ ବିକାଶ ଏଜୁକେସନାଲ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ୫ ଲକ୍ଷ ଟଙ୍କା, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୨,୩୦,୫୦୦ ଟଙ୍କା, କଲିକତାସ୍ଥିତ ଉକ୍ରଳୀୟ ମିଳିତ ମଂଚ ପକ୍ଷରୁ ୫୦ ହଜାର ଟଙ୍କା, ରଣପୁର ବ୍ଲକ୍ ଶିକ୍ଷକ ସଂଘ ପକ୍ଷରୁ ୩୫ ହଜାର ଟଙ୍କା, ଏମ୍ପ୍ଲଇଜ୍ ଅଫ୍ ଜିଓସିଏଲ କର୍ପୋରେସନ ଲିମିଟେଡ୍ ହାଇଦ୍ରାବାଦ ପକ୍ଷରୁ ୧୩,୫୬୮ ଟଙ୍କା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କର୍ପୋରେସନ ପକ୍ଷରୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *