Saturday , December 4 2021
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାରିଦା ଶ୍ରୀହରି ବଳଦେବଜିଉଙ୍କ ମନ୍ଦିର ସେବାୟତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାରିଦା ଶ୍ରୀହରି ବଳଦେବଜିଉଙ୍କ ମନ୍ଦିର ସେବାୟତ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ବାରିଦା ଶ୍ରୀହରି ବଳଦେବ ଜିଉ ମନ୍ଦିରର ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମନ୍ଦିରର ବିଭିନ୍ନ ସମସ୍ୟା ଏବଂ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ସମସ୍ୟାର ସମାଧାନପାଇଁ ପଦକ୍ଷେପ ନିଆଯିବ ଏବଂ ସେ ଖୁବଶୀଘ୍ର ବାରିପଦା ଗସ୍ତରେ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଆସ୍ୱାସନା ଦେଇଥିବା ଜଣାପଡ଼ିଛି । ଆଲୋଚନା ସମୟରେ ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *