Monday , January 24 2022
Breaking News
Home / ରାଜନୀତି / ବିଷ୍ଣୁ ସେଠୀ ହେଲେ ବିରୋଧୀ ଦଳ ଉପନେତା

ବିଷ୍ଣୁ ସେଠୀ ହେଲେ ବିରୋଧୀ ଦଳ ଉପନେତା

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ଉପନେତା ଓ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ସେଠୀ ୨୦୦୦ ମସିହାରେ ଚାନ୍ଦବାଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ସେ ପୁଣି ଥରେ ନିର୍ବାଚିତ ହୋଇ ଦ୍ୱିତୀୟଥର ପାଇଁ ବିଧାନସଭାକୁ ଆସିଛନ୍ତି । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସେଠୀ ଭଦ୍ରକ ଜିଲ୍ଲା ବିଜେପିର ସଭାପତି ମଧ୍ୟ ରହିଥିଲେ । ସେହିପରି ସେ ମଧ୍ୟ ପୂର୍ବରୁ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଥିଲେ । ସେହିପରି ମୋହନ ଚରଣ ମାଝୀ କେନ୍ଦୁଝର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି । ବିଜେପି-ବିଜେଡି ମେଂଟ ଥିବାବେଳେ ୨୦୦୦ ଓ ୨୦୦୪ରେ ସେ ବାଜିମାତ୍ କରିଥିଲେ । ୨୦୧୯ରେ ସେ ତୃତୀୟଥର ପାଇଁ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ସେ ନିଜର ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିବାବେଳେ ବିଜେପି ଆଦିବାସୀ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ଶାସକ ଦଳ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ . . ବିଜେପି ଟିକଟ ରୁ ବାଦ ପଡ଼ିଲେ ଦଳର ୨ ଜଣ ଜିଲା ପରିଷଦ ସଦସ୍ୟ 

୨୦/୧/୨୦୨୨ (ଓଡ଼ିଶା ସମାଚାର)- ବହୁ ବିଳମ୍ବରେ ଆଜି ବିଜେପି ତାର ଜିଲା ପରିଷଦ ପ୍ରାର୍ଥି ତାଲିକା ଘୋଷଣା କରିଛି । …

Leave a Reply

Your email address will not be published. Required fields are marked *