Saturday , October 16 2021
Breaking News
Home / ତାଜା ଖବର / ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା,୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମର ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ସାଳିଅଂଚ ଗ୍ରାମର ଜନୈକ ମହିଳା ତାଙ୍କ ସ୍ୱାମୀ ଓ ୨ଟି ସନ୍ତାନଙ୍କ ସହିତ ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମରେ ପ୍ରାୟ ୨ବର୍ଷ ହେବ ଜମିକିଣି ଘରକରି ରହିଆସୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ  ୩ଜଣ ଦୁର୍ବୁତ ତାଙ୍କ ଘର ଗ୍ରୀଲ ଭାଙ୍ଗି ଘରଭିତରେ ପଶି ସ୍ୱାମୀ ଓ ପିଲାମାନଙ୍କୁ ମାଡମାରିବା ସହିତ ମହିଳାଙ୍କ ସହିତ ଦୁଷ୍କର୍ମ କରି ରକ୍ତାକ୍ତ କରିଦେଇଥିଲେ ବୋଲି ମହିଳାଙ୍କ ସ୍ୱାମୀ ନିକିରାଇ ଥାନାରେ   ଅଭିଯୋଗ କରିଛନ୍ତି । ଗୁରୁତ୍ତର ଅବସ୍ଥାରେ ସଂପୃକ୍ତ ପିଡିତା ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥରବା ସୂଚନା ମିଳିଛି । ସଂପୃକ୍ତ ପିଡିତା ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାରକରି ନିକିରାଇ ଥାନା ପୋଲିସ କେଶ ନମ୍ବର – ୭୩/୨୦୧୯ରେ ଏକ ମାମଲା ଦାୟରକରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ କହିଛନ୍ତି । ତେବେ ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *