Saturday , September 18 2021
Breaking News
Home / ବିଶେଷ / ପାରାଦ୍ୱୀପରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ପାରାଦ୍ୱୀପରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ପାରାଦ୍ୱୀପ ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀ ସତ୍ୟସାଇ ସେବା ସମିତି ପାରାଦ୍ୱୀପ ଏବଂ କଟକ ସ୍ଥିତ ସେଣ୍ଟ୍ରାଲ ରେଡକ୍ରସ ବ୍ଳଡବ୍ୟାଙ୍କ ମିଳିତ ସହଯୋଗରେ ରବିବାର ଦିନ ଏକ ରକ୍ତଦାନ ଶିବିର ପାରାଦ୍ୱୀପସ୍ଥିତ ସତ୍ୟସାଇ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ଅମୃତ ବିନ୍ଦୁ ନାମରେ ସମଗ୍ର ଓଡିଶାରେ ପରିଚିତ । ଜାହାକୁ କି ଓଡିଶାର ଶ୍ରୀ ସତ୍ୟସାଇ ସଙ୍ଗଠନ ଦ୍ୱାରା ରାଜ୍ୟର କୋଣ ଅନୁକୋଣରେ ଅନୁଷ୍ଠିତ ହୁଏ । ପାରାଦ୍ୱୀପରେ ଏହି ଶିିବିରକୁ ପାରାଦ୍ୱୀପ ବନ୍ଦରର ସିଏମ୍ଇ ସରୋଜ ଦାସ ଏବଂ ଶ୍ରୀ ସତ୍ୟସାଇ ଟ୍ରଷ୍ଟର ଆବାହକ ଅର୍ନ୍ତଯାମୀ ପଟ୍ଟନାୟକ ପ୍ରଦ୍ୱିପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଶିବିରରେ ମୋଟ ୬୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଶ୍ରୀ ସତ୍ୟସାଇ ସେବା ସମିତିର ଆବାହକ ଦାସରଥି ପୃଷ୍ଠି ଓ ପାରାଦ୍ୱୀପ ବନ୍ଦରର ଅଧିକାରୀ ପ୍ରଶାନ୍ତ ମହାରଣା ତଥା ସମିତିତର ସମସ୍ତ ଭାଇ ଓ ଭଉଣୀ ମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାରର ୧୮ ଟି ଗେଟ ଖୋଲା – ବନ୍ୟା ଆଶଙ୍କା ଟଳିଳା

ସମ୍ବଲପୁର ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବାହ କମିବାରେ ଲାଗିଛି । ଫଳରେ …

Leave a Reply

Your email address will not be published. Required fields are marked *