Friday , October 22 2021
Breaking News
Home / ବିଶେଷ / ଦୀକ୍ଷିତପଡ଼ା ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଦୀକ୍ଷିତପଡ଼ା ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଟାଙ୍ଗୀ(ଖୋର୍ଦ୍ଧ),୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଦୀକ୍ଷିତପଡ଼ା ମସଜିଦ ପ୍ରାଙ୍ଗଣରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ତରଫରୁ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କର ଏକ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଧାୟକଙ୍କ ସମେତ ଟାଙ୍ଗୀ ବ୍ଲକ ଚେୟ୍ୟାରମ୍ୟାନ ବିଜୟ କୁମାର ଜେନା,ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର,ଟାଙ୍ଗୀ ବ୍ଲକ ବିଜେଡ଼ି ସଂଖ୍ୟାଲଘୁ ସଭାପତି ହାଜି ଅବଦୁଲ ରଜାକ ଖାଁ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରଯୁକ୍ତ ମିତ୍ରଙ୍କୁ ଫୁଲତୋଡ଼ା ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନୁଷ୍ଠିତ ସଭାରେ ଶେଖ ବରଖତୁଲ୍ଲାଙ୍କ ସଭାପତିତ୍ୱ କରିଥିଲେ । ଉଚ୍ଚ ଶିକ୍ଷିତ ହେବାଠାରୁ ସମାଜରେ ଜଣେ ଭଲ ମଣିଷ ହୋଇ ସମସ୍ତଙ୍କ ମନରେ ସ୍ଥାନ ପାଇ ପାରିଲେ ତାହା ହିଁ ପ୍ରକୃତ ଶିକ୍ଷାଦାନର ପରିଚୟ ପ୍ରଦାନ କରେ ।ସମସ୍ତେ ବଡ଼ ସ୍ୱପ୍ନ ଦେଖିବା ଓ  ତାକୁ ସଫଳ ରୂପାୟନ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଗ୍ରାମର ବରିଷ୍ଠ ନାଗରିକ ସେକ ସୈାକତ ଅଲ୍ଲୀ ବିଭିନ୍ନ ସୁବିଧାଅସୁବିଧା ସଂପର୍କରେ ବିଧାୟକଙ୍କ ଦଅଷ୍ଟି ଆକର୍ଷଣ କରିଥିଲେ । ସଂଖ୍ୟାଲଘୁ ସେଲ ସଭାପତି ହାଜି ଅବଦୁଲ ରଜାକ ଖାଁ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ ପାଇଁ ଆସୁଥିବା ସ୍ୱତନ୍ତ୍ର ଅନୁଦାନର ସଠିକ ବିନିଯୋଗ କିପରି ବିଧାୟକଙ୍କ ମାଧ୍ୟମରେ ହୋଇପାରିବ ସେଥିପାଇଁ ବିଧାୟକଙ୍କୁ ଜଣାଇଥିଲେ । ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର,ବରିଷ୍ଠ ନେତା ରାମଚନ୍ଦ୍ର ମହାପାତ୍ର ଓ ବ୍ଲକ ଚେୟ୍ୟାରମ୍ୟାନ ବିଜୟ କୁମାର ଜେନା ସଂଖ୍ୟାଲଘୁମାନଙ୍କ ଉନ୍ନତି ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ୫ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ଶେକ ମଜିଦ,ଶେଖ ବରଖତୁଲ୍ଲା,ଶେଖ ଜହୁର,ଶେଖ ଅରି  । ଅନ୍ୟମାନଙ୍କ ମଧ୍ୟରେ ଶେଖ ଜବାର,ମହମ୍ମଦ ନୁର,ଦୁଃଖା ଖାଁ,ଜାକିର ଶାହା,ଶେଖ କୁଦରତ ଓ ଶେଖ ମୁତାର ପ୍ରମୁଖ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *