Tuesday , October 26 2021
Breaking News
Home / ବିଶେଷ / ତାମିଲନାଡ଼ୁ ପୁଲିସ ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ

ତାମିଲନାଡ଼ୁ ପୁଲିସ ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଆ ପୁଅ ଜଲଦ କର ତ୍ରିପାଠୀଙ୍କୁ ତାମିଲନାଡ଼ୁର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଚଳିତବର୍ଷ ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ପ୍ରକାଶ ପାଇଛି । ତାମିଲନାଡ଼ୁ କ୍ୟାଡରର ୧୯୮୫ମସିହା ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ଦୁଇବର୍ଷ ପାଇଁ ତାମିଲନାଡ଼ୁର ପୁଲିସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସଂପ୍ରତି ସେ ତାମିଲନାଡ଼ୁ ୟୁନିଫର୍ମ ସର୍ଭିସ ରିକ୍ର‌୍ୟୁଟମେଂଟ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଏହି ପଦବୀ ଦୌଡ଼ରେ ୬ଜଣ ପ୍ରଶାସନିକ ଅଧିକାରୀଙ୍କ ନାମ ସୁପାରିସ ହୋଇଥିବା ବେଳେ ତାମିଲନାଡ଼ୁ ସରକାର ଶ୍ରୀ ତ୍ରିପାଠୀଙ୍କ ନାମରେ ମୋହର ମାରିଛି । ଏହାପୂର୍ବରୁ ସେ ଚେନ୍ନାଇ ପୁଲିସ କମିଶନର ଭାବେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *