ପାରାଦ୍ୱୀପ, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ସ୍ୱଛ ଭାରତ ମିସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମାଂଚଳର ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଚତା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ – ସ୍ୱଛ ଭାରତ ଗ୍ରୀଷ୍ମ କାଳୀନ ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯାହାକି ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପାନୀୟଜଳ ଓ ସ୍ୱଛତା ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଆହ୍ୱାନ କମ୍ବାଇନ୍ସ କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦ୍ୱୀପଗଡ ଗ୍ରାମ ପଂଚାୟତର ରଙ୍ଗିଅଅଗଡ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ୫୦ ଦିନ ମଧ୍ୟରେ ୫୦ ଘଂଟାରୁ ଉର୍ଦ୍ଧ ସମୟ ଦେଇ ୨୦ରୁ ଉର୍ଦ୍ଧ ସ୍ୱଛାସେବୀ ପରିବେଶ ସୁରକ୍ଷା ସଚେତନତା, ପ୍ଲାଷ୍ଟିକ୍ ର ଅପକାରିତା ଓ ସ୍ୱଛତା ସଚେତନତା, ବୃକ୍ଷ ରୋପଣ, ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ସହ ଗ୍ରାମ ସଫେଇ, ଗ୍ରାମ ପୋଖରୀ ଓ ନାଳ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ମଧ୍ୟରେ ଘର ଘର ବୁଲି ବିଭିନ୍ନ ସଚେତନ କରାଯିବା ସହ ଗ୍ରାମ ସଫେଇ କରାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ପରି ଆହୁରି ଅନେକ ସ୍ୱଛତା ସମ୍ବନ୍ଧିତ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ପ୍ରଦିପ କୁମାର ମହାପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶ୍ରୀ ରୁଦ୍ରମାଧବ ପଣ୍ଡା, ପ୍ରଜ୍ଞାସିନୀ ଜେନା, ସ୍ୱାଗତିକା ମହାପାତ୍ର, ସୈାମ୍ୟରଂଜନ ବିଶ୍ୱାଳ, ସତ୍ୟନାରାୟଣ ସ୍ୱାଇଁ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ସଭ୍ୟ ଓ ସଭ୍ୟା ଅଂଶ ଗ୍ରହଣ କରି ସ ସଫଳ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର