ବାଲିଚନ୍ଦ୍ରପୁର , ୨୯/୦୬/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) – ହାରିଦାସପୁର-ପାରାଦ୍ୱୀପ ରେଳ ଲାଇନରେ ଆଜି ପରୀକ୍ଷା ମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡିଛି । ଆଜି ସକାଳ ପ୍ରାୟ ନଅଟା ସମୟରୁ ହରିଦାସପୁର ରେଳଷ୍ଟେସନ ଠାରୁ ଏକ ଇଞ୍ଜିନ ବାହାରି କେନ୍ଦ୍ରାପଡା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ଯାଇଥିଲା । ରେଳ ଲାଇନ ଯାଂଚ ଓ ବିଦ୍ୟୁତ ସରବରାହ ଯାଂଚ ଉଦେଶ୍ୟରେ ଏହି ଇଞ୍ଜିନ ପରୀକ୍ଷା ମୂଳକ ଭାବେ ଗଡିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ତେବେ ସମ୍ପୁର୍ଣ୍ଣ ୮୨ କିିମି ଲମ୍ବ ଏହି ରେଳ ଲାଇନର ନିର୍ମାଣ ସରିଥିବା ପ୍ରାୟ ୪୩ କିମିି ପର୍ଯ୍ୟନ୍ତ ଆଜି ଇଞ୍ଜିନଟି ଗଡିିଥିିଲା । ଇଞ୍ଜିନ ସହିତ ବିଭାଗୀୟ ଅଧିକାରୀ ଓ ଅନେକ ଯନ୍ତ୍ରୀ ଯାଇ ରେଳଲାଇନ ଓ ବିଦ୍ୟୁତ ବ୍ୟବସ୍ଥା କରିଥିଲେ । ଏହି ରେଳଲାଇନରେ ପ୍ରଥମ କରି ଆଜି ରେଳ ଇଞ୍ଜିନ ଚାଲୁଥିବା ଖବର ପାଇ କୃଷ୍ଣଦାସପୁର, ପଲାଇ ଷ୍ଟେସନରେ ଶହଶହ ଲୋକେ ରୁଣ୍ଡହୋଇ ସ୍ୱାଗତ କରିଥିଲେ । ସୂଚନା ଯୋଗ୍ୟ ଯେ ୧୯୯୯ ମସିହାରେ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ରେଳ ଇଞ୍ଜିନ ଗଡିଛି । ଜମିି ଅଧିଗ୍ରହଣ ସମସ୍ୟା ସହ କଞ୍ଚାମାଲ ଅଭାବ ପାଇଁ ପ୍ରକଳ୍ପ କାର୍ଯ୍ୟ ବହୁ ବିଳମ୍ବ ଘଟିିଛି । ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିିଲ୍ଲାକୁ ସଂଯୋଗ କରୁଥିବା ରେଳ ଲାଇନ ର ନିର୍ମାଣ କାର୍ଯ୍ୟ ସମାପ୍ତ କରି ଖୁବ ଶିଘ୍ର ଯାତ୍ରୀବାହି ଟ୍ରେନ ଚଳାଚଳ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର