ବୌଦ୍ଧ, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ବିଲ୍ ପାସ୍ କରାଇବା ପାଇଁ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ର ଓଡ଼ିଶା ବନ ଉନ୍ନୟନ ନିଗମର ସବ୍ଡିଭିଜିନାଲ ମ୍ୟାନେଜର୍ (ଏସ୍ଡିଏମ୍) ୧୨ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଂଟାମାଳ ବ୍ଲକ୍ ରୁଣ୍ଡିମହୁଲ ଗ୍ରାମର ସତ୍ୟ ନାରାୟଣ ଖଟୁଆ କଂଟାମାଳଠାରେ ବନ ଉନ୍ନୟନ ନିଗମର ୬ ହଜାର ଗଛ (ଚାରା)କୁ ପାଣି ଦେବା ପାଇଁ ଟେଣ୍ଡର ପାଇଥିଲେ । ପ୍ରତି ମାସରେ ତାଙ୍କୁ ପାଣିଦେବା ବାବଦରେ ୩୬ ହଜାର ଟଙ୍କା ଦେବାର ଚୁକ୍ତି ହୋଇଥିଲା । ଏଥିପାଇଁ ବିଭାଗ ପକ୍ଷରୁ ବର୍ଷକୁ ୩ଟି ଚେକ୍ ମାଧ୍ୟମରେ ପ୍ରତି ଚେକ୍ରେ ୧୨ ହଜାର ଟଙ୍କା ଲେଖାଏଁ ତାଙ୍କୁ ପ୍ରଦାନ କରାଯାଇଥାଏ । ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ସମସ୍ତ ଟଙ୍କା ତାଙ୍କୁ ପ୍ରଦାନ କରାଯାଇଛି, କିନ୍ତୁ ମଇ ମାସ ବିଲ୍ ମାଗିବାରୁ ତାଙ୍କୁ ଦୁଇଟି ଚେକ୍ ୨୪ ହଜାର ଟଙ୍କା ବନ ଉନ୍ନୟନ ନିଗମର ଏସ୍ଡିଏମ ବିକ୍ରମ କୁମାର ସାହୁ ଦେଇଥିବାବେଳେ ଆଉ ଗୋଟିଏ ଚେକ ୧୨ ହଜାର ଟଙ୍କା ନଦେଇ ଏପ୍ରିଲ ମାସର ୬ ହଜାର ଟଙ୍କା ଓ ମଇ ମାସର ୬ ହଜାର ଟଙ୍କା ଲାଂଚ ଦେଲେ ତମର ମଇଁ ମାସର ଥିବା ୧୨ ହଜାର ଟଙ୍କାର ଚେକ ନେବ ବୋଲି କହିଥିଲେ । ଏ ନେଇ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ନିଜ କାର୍ଯ୍ୟାଳୟରେ ଏସ୍ଡିଏମ୍ ଶ୍ରୀ ସାହୁ ୧୨ ହଜାର ଟଙ୍କା ଶ୍ରୀ ଖଟୁଆଙ୍କଠାରୁ ଲାଂଚ ନେଉଥିବା ବେଳେ ଗିରଫ କରାଯାଇଛି । ଏ ନେଇ ଡିଏସ୍ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ଅଭିଯୁକ୍ତ ଏସ୍ଡିଏମଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ବୋଲି କହିଛନ୍ତି । ଅଭିଯୁକ୍ତଙ୍କ ଘର ନୟାଗଡ ଜିଲ୍ଲା ଓଡଗାଁର ବେରୁଆବାଣୀର ବୋଲି ଜଣାପଡ଼ିଛି । ତାଙ୍କ ଘରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଅନ୍ୟ ଜବତ ସମ୍ପତି ସମ୍ପର୍କରେ ଜଣାପଡ଼ିନାହିଁ । ଚଢ଼ଉରେ ଇନିସ୍ପେକଟର କ୍ରିଷ୍ଣା କୁମାରୀ ପ୍ରଧାନ, କନଷ୍ଟେବଳ ରାମଚନ୍ଦ୍ର ସାହୁ, ମନୋଜ କୁମାର ନାଏକ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ
କଟକ ସଦର, ୨୩/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ …