କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୬ଟି ଗ୍ରାମପଂଚାୟତ ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଲାଞ୍ଜିଗଡ଼, ଛତ୍ରପୁର, ଚମ୍ପାଦେଈପୁର ଇତ୍ୟାଦିରେ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଛି
ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା , ୨୯/୬/୨୦୧୯ ( ଓଡ଼ିଶା ସମାଚାର )- ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ରିଫାଇନାରୀ ୟୁନିଟ୍ ଏହାର ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ “ସିଏସ୍ଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ଼ ୨୦୧୯” ଦ୍ୱାରା ସମ୍ମାନୀତ ଯାହାକି ନୂଆଦିଲ୍ଲୀସ୍ଥିତ ଆଇଏଚଡ଼ବ୍ଲୁ କାଉନସିଲଠାରେ ପ୍ରଦାନ କରାଯାଇଛି ।
ପ୍ରଫେସର ସିବ୍ ସାରିନ୍, ଆଇଏଲବିଏସ୍ ଏବଂ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଶ୍ରୀ କରନ୍ ଠାକୁରଙ୍କ ଦ୍ୱାରା ଏହି ସମ୍ମାନସ୍ପଦ ପୁରସ୍କାର ପ୍ରଦାନ କରାଯାଇଛି । “ସ୍ୱଚ୍ଛ ଭାରତ ମିଶନ” ଅଧୀନସ୍ଥ ଏଭଳି ଏକ ମହତ୍ ଅଭିଯାନ ଦ୍ୱାରା ଶକ୍ତି ସଂରକ୍ଷଣ, ବର୍ଷାଜଳ ଦ୍ୱାରା ଚାଷ କାର୍ଯ୍ୟ, ଆବର୍ଜନା ନିଷ୍କାସନ, ସ୍ୱଚ୍ଛତା ପାଇଁ କମ୍ପୋଷ୍ଟ ଖତର ପିଣ୍ଡି ନିର୍ମାଣ ସର୍ବୋପରି ସବୁଜ କୌଶଳ ପାଇଁ ଚିତ୍ରାଙ୍କନରେ ଅଗ୍ରଣୀ ଅନୁଷ୍ଠାନମାନଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଏ ।
ପୁରସ୍କାର ଗ୍ରହଣ କରି ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଲୁମିନା ବ୍ୟୁଜିନେସ୍, ନିଜ ମତ ରଖି କହିଲେ, “ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ୟୁନିଟ୍ର ସୁସ୍ଥ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅତି ବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ ହୋଇଛି ଯାହା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମ ମାନଙ୍କରେ ପ୍ରତିଷ୍ଠିତ ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ଯୋଜନାକୁ ଅତି ସୁନ୍ଦର ଭାବରେ କାର୍ଯ୍ୟକାରୀ କରିପାରିଛି । ସମ୍ପୃକ୍ତ ବ୍ଲକରେ ଚାଲିଥିବା ସଫେଇ ବ୍ୟବସ୍ଥାର ଏହା ଏକ ସୁନ୍ଦର ଉଦାହରଣ ଅଟେ ଯାହାକି ସମସ୍ତଙ୍କର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମକୁ ଅତି ସକାରାତ୍ମକ ଭାବରେ ଉପସ୍ଥାପିତ କରିପାରିଛି । ଏକ ସୁନ୍ଦର ତଥା ସବୁବେଳେ ଧରି ରଖିପାରୁଥିବା ଏକ ଜୀବନ ନିର୍ବାହ ପାଇଁ ସମସ୍ତଙ୍କୁ ଏକ ମୁକ୍ତ ତଥା ସ୍ୱାସ୍ଥ୍ୟପଦ ତଥା ରୋଗମୁକ୍ତ ପରିବେଶ ଯୋଗାଇବା ଏହା ଆମର ସଂକଳ୍ପ” ।
ସ୍ୱଚ୍ଛତା ପରିଯୋଜନାର ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ (ଓଡ଼ିଏଫ) ଏକ ଗୋଷ୍ଠୀ ବିକାଶ ପଦକ୍ଷେପ ଅଟେ ଯାହାକି ବେଦାନ୍ତ ଲାଞ୍ଜିଗଡ଼ ରିଫାଇନାରୀ ଦ୍ୱାରା ଏହାର ଏନଜିଓ ମାନଙ୍କ ଦ୍ୱାରା କୌଶଳ କାର୍ଯ୍ୟକ୍ରମର ସହଯୋଗରେ ଫିଡ଼୍ବ୍ୟାକ ଫାଉଣ୍ଡେସନ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ସ୍ୱଚ୍ଛତା ପରିଯୋଜନା ଅନ୍ତଃର୍ଗତ ୬ଟି ଗ୍ରାମପଂଚାୟତକୁ ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ପଂଚାୟତ ଭାବେ ଘୋଷଣା କରାଯିବା ସହିତ ୫୬ଟି ଗ୍ରାମର ୫୨୭୩ଟି ଘର ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ହୋଇପାରିଛି ।
ସୁରକ୍ଷିତ ସଫେଇ ବ୍ୟବସ୍ଥା ଅନ୍ତଃର୍ଗତ “ନିଗ୍ରାଣୀ କମିଟି” ପ୍ରତିଷ୍ଠା କରାଯାଇ ଗ୍ରାମରେ ଥିବା ମହିଳା ତଥା ଶିଶୁମାନଙ୍କୁ ସଫେଇ ବ୍ୟବସ୍ଥା ପାଇଁ ସେମାନଙ୍କର ଯୋଗଦାନକୁ ସୁନିଶ୍ଚିତ କରାଯାଇଛି । ଏହି କମିଟିର ସବୁବେଳେ ସମସ୍ତଙ୍କ ଉପରେ ନଜର ତଥା ସଚେତନତା ଏହି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ପାରିଛି । ଏଥିରେ ଥିବା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରତି ଗ୍ରାମକୁ ସଫା ସୁତୁରା ତଥା ସ୍ୱାସ୍ଥ୍ୟପୋଯୋଗୀ କରିବାର ଦାୟିତ୍ୱବୋଧତା ତଥା ପ୍ରତି ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ‘ଖୋଲା ସ୍ଥାନ ମଳତ୍ୟାଗର କୁ ଅଭ୍ୟାସ’କୁ ବନ୍ଦ କରିବା ପାଇଁ ଚେଷ୍ଟା ସବୁବେଳେ ଜାରି ରହିଛି ।
ଏଥିସହିତ ସ୍କୁଲ କମିଟି ମଧ୍ୟ ସ୍କୁଲ ସ୍ତରରେ ପିଲାମାନଙ୍କୁ ଏହି ଅଭିଯାନରେ ସାମିଲ କରିବା ସହିତ ସ୍କୁଲଗୁଡ଼ିକୁ ସ୍ୱଚ୍ଛତା ଦିଗରେ ଆଉ ଦୁଇପାଦ ଆଗେଇବା ପାଇଁ ସମସ୍ତ ଚେଷ୍ଠା ଜାରି ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ରହିଛି ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଛାଡ଼ା, ବାନ୍ତି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଅଂଗନୱାଡ଼ି କର୍ମଚାରୀ, ଏଏନଏମ୍ ଦିଦି, ସ୍ୱଂୟସହାୟକ ଗୋଷ୍ଠୀ, ଯୁବ ଗୋଷ୍ଠୀ, ପ୍ରଭାବଶାଳୀ ନେତୃତ୍ୱ ମଣ୍ଡଳୀ ସର୍ବୋପରି ଗୋଷ୍ଠୀ ଦ୍ୱାରା ଏହି ଅଭିଯାନରେ ସମସ୍ତଙ୍କୁ ସାମିଲ କରାଯାଇ ଏହି ଧାରାକୁ ଆହୁରି ଆଗକୁ ନେବାରେ ସମସ୍ତଙ୍କର ସହଯୋଗ କାମନା କରାଯାଇଛି । ଫଳସ୍ୱରୂପ ଲାଞ୍ଜିଗଡ଼ ବ୍ଲକ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିମଳ ତଥା ସ୍ୱାସ୍ଥ୍ୟ ସମ୍ପର୍କିୟ ବିଶେଷ କାର୍ଯ୍ୟ ଧାରାରେ ସବୁଠାରୁ ଆଗରେ ରହି ସମସ୍ତଙ୍କର ଉଦାହରଣ ହୋଇପାରିଛି ।
ବେଦାନ୍ତ ଲିଃ. ଲାଞ୍ଜିଗଡ଼ ୟୁନିଟ୍ (ଆଲୁମିନା ରିଫାଇନାରୀ) ସମ୍ପର୍କରେ :-
ବେଦାନ୍ତ ଭାରତରେ ସବୁଠାରୁ ଅଧିକ ଆଲୁମିନିୟମ ଉତ୍ପାଦନକାରୀ ଅଟେ, ଯାହାକି ମେଟାଲଜିକାଲ ଗ୍ରେଡ଼ ଆଲୁମିନାର ଏକ ପ୍ରମୁଖ ଉତ୍ପାଦନକାରୀ । ସ୍ୱଦେଶୀ ଜ୍ଞାନକୌଶଳରେ ଏହା ସବୁଠାରୁ ଅଧିକ ଗୁଣବତା ଆଲୁମିନିୟମ କମ୍ପାନୀ ଭାବରେ ଆଗରେ ରହିଅଛି । ବେଦାନ୍ତ ଲିଃ. ଓଡ଼ିଶାର ଲାଞ୍ଜିଗଡ଼ଠାରେ ୨୦୦୭ ମସିହାରୁ ବାର୍ଷିକ ୨ମେ.ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀକୁ କାର୍ଯ୍ୟକାରୀ କରିବା ସହିତ ୨୦୦୮ମସିହାରେ ଲାଞ୍ଜିଗଡ଼ଠାରେ ଏକ ସମ୍ମିଳିତ ୯୦ମେଗାୱାଟ୍ କାପ୍ଟିଭ ପାୱାରପ୍ଲାଂଟକୁ ଅବସ୍ଥାପିତ କରିଅଛି । ଏହି ରିଫାଇନାରୀ ଓଡ଼ିଶାର ଝାରସୁଗୁଡ଼ା ତଥା ଛତିଶଗଡ଼ର କୋର୍ବାସ୍ଥିତ ବାଲ୍କୋକୁ ବେଦାନ୍ତର ଆଲୁମିନିୟମ ସ୍ମେଲଟର ଯୋଗାଇ ଆସୁଅଛି । ଏଥିସହିତ କଳାହାଣ୍ଡି ଜିଲାର ଅନେକଗୁଡ଼ିଏ ସ୍ଥାନକୁ ଏହା ସ୍ୱାସ୍ଥ୍ୟ, ଶିକ୍ଷା ତଥା ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଜୀବିକା ନିର୍ବାହ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିଛି । ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ, ସଫେଇ ତଥା ଜୀବନ ଜୀବିକାର ଅଭିବୃଦ୍ଧି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିଃ.ୟୁନିଟ୍ ବିଭିନ୍ନ ପ୍ରକାର ପ୍ରତିକୂଳ ବ୍ୟବସାୟକୁ କାର୍ଯ୍ୟକାରୀ କରି ପ୍ରଶଂସା ଭାଜନ ହୋଇପାରିଛି ଯାହା ମଧ୍ୟରେ ରହିଛି –
- ସିଏସଆର ଇନୋଭେଟିଭ ପ୍ରୋଜେକ୍ଟ ପୁରସ୍କାର – ଢ଼ୋକ୍ରାକଳା ତଥା ସୌରାକଳାର ପୁନରୁଦ୍ଧାର ପାଇଁ ପ୍ରଦାନ ।
- ୨୦୧୮ ଗ୍ରୀନଟେକ୍ ସେଫ୍ଟିକ୍ ପୁରସ୍କାର – ସର୍ବୋତମ ସୁରକ୍ଷା ପରିଚାଳନା ତଥା କାର୍ଯ୍ୟକାରୀ ପାଇଁ ପ୍ରଦାନ ।
- ୨୦୧୮ ସିଆଇଆଇ ଏଚଆର ଏକ୍ସିଲେନ୍ସ ପୁରସ୍କାର – ଉଲ୍ଲେଖନୀୟ ମାନବସମ୍ବଳ ବ୍ୟବହାର ପରିଚାଳନା ।
- ୨୦୧୮ ଇଣ୍ଡିଆ ଗ୍ରୀନ୍ ମ୍ୟାନୁଫ୍ୟାକ୍ଚରିଙ୍ଗ ପୁରସ୍କାର – ସର୍ବୋତମ ସବୁଜ ଉତ୍ପାଦନକାରୀ ପ୍ରଣାଳୀ ।