ଜୟପୁର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଜୟପୁର ସହରରେ ଜୋରସୋରରେ ଚାଲିଛି ପଲିଥିନ କାରବାର । ଏହାକୁ ରୋକ ଲଗାଇବା ପାଇଁ ଏକ ଟିମ ଚଢାଉ କରିଛି । ଏହି ଟିମ ଚଢାଉ କରି ୫୦ ମାଇକ୍ରୋନରୁ କମଥିବା ବେଆଇନ ପଲିଥିନକୁ ଜବତ କରିଛି । ୨୫ଟି ଦୋକାନ ଉପରେ ଚଢାଉ କରାଯାଇଥିବା ବେଳେ ୧୩ଟି ଦୋକାନରୁ ଜୋରିମାନା ଆଦାୟ କରାଯାଇଥିଲା । ଏହି ୧୩ଟି ଦୋକାନରୁ ୭୫ କେଜି ପଲିଥିନ ଜବତ କରାଯାଇଥିବାବେଳେ ୫ ହଜାର ୮ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଓଡ଼ିଶା ସମାଚାର