Saturday , October 16 2021
Breaking News
Home / ତାଜା ଖବର /  ବନ ବିଭାଗର ଚଢାଉ ଲକ୍ଷାଧିକ ଟଙ୍କାର କାଠ ଜବତ

 ବନ ବିଭାଗର ଚଢାଉ ଲକ୍ଷାଧିକ ଟଙ୍କାର କାଠ ଜବତ

ବାଲିଚନ୍ଦ୍ରପୁର , ୨୯/୦୬/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) – ବେଆଇନ ଭାବେ ସରକାରୀ ଜମିରୁ ଗଛ କାଟି ବିକ୍ରି ଉଦ୍ୟମ ପଣ୍ଡ ହୋଇଛି । ଖବର ପାଇ ବନକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି କାଠ ସବୁକୁ ଜବତ କରିଛନ୍ତି ।  ମିିଳିଥିବା ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିପଡିଆ ଗ୍ରାମର ଶନିିମନ୍ଦିିର ପଛପଟରେ ଥିବା ତିନିଟି ଆକାଶୀ ଗଛକୁ ଶୁକ୍ରବାର କେତେକ କାଠ ମାଫିଆ  ପ୍ରାୟ ପାଂଚଫୁଟ ଗୋଲଇର ର ତିନିିଟି ଗଛ  କାଟି ବିକ୍ରିପାଇଁ ଉଦ୍ୟମ କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଯାଇଥିଲେ । ବନ କର୍ମାଚାରୀ ମାନଙ୍କୁ ଦେଖି କାଠ କଟାଳି ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିିଲେ ।  ବନ ବିଭାଗ ପକ୍ଷରୁ କାଠ ସବୁ ଜବତ କରାଯାଇଛି । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି । ତେବେ ଗଛ କଟାଯାଉଥିବା ନେଇ ସ୍ଥାନୀୟ ଲୋକେ ରାଜସ୍ୱ ନିରୀକ୍ଷକଙ୍କୁ ସୂଚନା ଦେଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *