Saturday , December 4 2021
Home / ବିଶେଷ / ବନ୍ଦ କୋଠରିରୁ ୪ବର୍ଷର ଶିଶୁ ଉଦ୍ଧାର

ବନ୍ଦ କୋଠରିରୁ ୪ବର୍ଷର ଶିଶୁ ଉଦ୍ଧାର

କଟକ, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)-କୃଷକ ବଜାର ଅଂଚଳରେ ଏକ ୪ବର୍ଷର ଶିଶୁକୁ ବନ୍ଦ କୋଠରି ଭିତରୁ ଉଦ୍ଧାର କରାଯାଇଛି । ମା’ ଶିଶୁକୁ ଛାଡ଼ି ଘର ତାଲା ପକାଇ ବାହାରକୁ ଯାଇଥିବା ସମୟରେ ଶିଶୁଟି ବିକଳ ହୋଇ କାନ୍ଦୁଥିବା ଅବସ୍ଥାରେ ଚିକ୍ରାର ଶୁଣି ଲୋକେ ଚାଇଲଡ଼ ଲାଇନକୁ ଖବର ଦେବାପରେ ଶିଶୁଟି ଉଦ୍ଧାର ହୋଇଛି । ବସୁନ୍ଧରାରେ ଶିଶୁଟିକୁ ରଖାଯାଇଛି । ତେବେ ଏହି ଘଟଣା ପାଇଁ ମା’ର ଦାୟିତ୍ୱହୀନତାକୁ ସାଧାରଣରେ ନିନ୍ଦା କରାଯାଇଛି ।
ଖବର ନେବାରେ ଜଣାପଡ଼ିଛି ଯେ, କୃଷକ ବଜାର ବସ୍ତିରେ ରହୁଥିବା ଜ୍ୟୋତି ଦାସ ତାଙ୍କ ୪ବର୍ଷର ଶିଶୁପୁତ୍ର ଉତମକୁ ଘରେ ତାଲାପକାଇ ପ୍ରତିଦିନ ଭଳି ଆଜି ମଜୁରିରେ କାମ କରିବାକୁ ଯାଇଥିଲେ । ହଠାତ୍ ଉତମ କାନ୍ଦି ଉଠିଥିଲା । ତାର କ୍ରନ୍ଦନ ଶୁଣି ଜଣେ ସ୍ୱେଚ୍ଛାସେବୀଙ୍କ ସହ ଅନ୍ୟମାନେ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । କାରଣ ଘରଟି ତାଲା ପଡ଼ିଥିଲା । ଆଇନଗତ ଦୃଷ୍ଟିରୁ ସେମାନେ ଚାଇଲ୍ଡ ଲାଇନ, ବିଡ଼ାନାସୀ ଥାନାକୁ ଜଣାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ପ୍ରକାଶ ଯେ, ଘରେ ପିଲାକୁ ଛାଡ଼ି ଦେଇ ମା’ କାମକୁ ଯାଇଥିବାବେଳେ ଅସହ୍ୟ ଗରମ ଓ ଭୋକ ଯୋଗୁଁ ସେ କାନ୍ଦିବା ମୁଖ୍ୟ କାରଣ । ଖବର ପାଇ ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳା ତତ୍କ୍ଷଣାତ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଥିଲେ । ଖବର ପାଇ ବିଡ଼ାନାସୀଥାନା ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି, ଶିଶୁ ମଙ୍ଗଳ ସମିତି ସଦସ୍ୟ ଚିତରଞ୍ଜନ ମହାନ୍ତି ପହଂଚିବା ପରେ କବାଟର ତାଲା ଭାଙ୍ଗି ଉତମକୁ ଉଦ୍ଧାର କରାଯାଇଥିଲା । ପରେ ଶିଶୁ ଭବନ ନିଆଯାଇ ତା’ର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା । ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରାଯାଇ ବସୁନ୍ଧରାରେ ରଖା ଯାଇଥିଲା । ଶିଶୁଟି ବର୍ତମାନ ସୁସ୍ଥ ଥିବା ଜଣାପଡିଛି । ତେବେ ଶିଶୁଟିକୁ ପୁଣି ଥରେ ସିଡବ୍ଲ୍ୟୁସିରେ ହାଜର କରାଯିବ । ଶିଶୁଟିର ମା’ କେଉଁ ପରିସ୍ଥିତିରେ ପିଲାକୁ ଘରେ ତାଲା ପକାଇ ବାହାରକୁ ଯାଇଥିଲା ତାହା କମିଟି ଅନୁଧ୍ୟାନ କରିବା ସହ ଶିଶୁଟିକୁ ମା’ ଜିମା ଦିଆଯିବକି ନାହିଁ ସେ ବିଷୟରେ ମଧ୍ୟ ତର୍ଜମା କରାଯିବ ବୋଲି ବସୁନ୍ଧରା କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା କଟକ ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *