Wednesday , October 20 2021
Breaking News
Home / ଶିକ୍ଷା / ଗଣଶିକ୍ଷା ମନ୍ତ୍ରୀଙ୍କ ବିଇଓ କାର୍ଯ୍ୟାଳୟ ଅଚାନକ ପରିଦର୍ଶନ

ଗଣଶିକ୍ଷା ମନ୍ତ୍ରୀଙ୍କ ବିଇଓ କାର୍ଯ୍ୟାଳୟ ଅଚାନକ ପରିଦର୍ଶନ

ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଆକ୍ସନ୍ ମୁଡରେ ନୂଆ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦାୟିତ୍ୱ ନେବାର କିଛିଦିନ ପରେ ଶିକ୍ଷା ବ୍ୟବସ୍ଥା ଲାଗି ଗୋଟିଏ ପରେ ଗୋଟିଏ ନିଷ୍ପତିି ନେଇ ଚର୍ଚ୍ଚାରେ ଥିବା ମନ୍ତ୍ରୀ ଗୁରୁବାର ଆଉ ଏକ ଚକ୍ମା ଦେଖାଇଛନ୍ତି । ଭୁବନେଶ୍ୱର ଶିକ୍ଷା ଅଧିକାରୀ ( ବିଇଓ) କାର୍ଯ୍ୟାଳୟ ଅଚାନକ ଗସ୍ତକରି ବିଭିନ୍ନ ଫାଇଲ ପତ୍ର ଯାଂଚ କରିବା ସହ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ପଚାରି ବୁଝିଥିଲେ ।
ଗୁରୁବାର ପୁର୍ବାହ୍ଣ ୧୦ଟା ୧୫ରେ ୟୁନିଟ୍ ୮ ସ୍ଥିତ ବିଇଓ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଅଚାନକ ପହଂଚି ଥିଲେ । ତେବେ ବିଇଓ ସସ୍ମିତା ମାଳୀ ସ୍କୁଲ ପରିଦର୍ଶନରେ ଯାଇଥିବାରୁ ବିଳମ୍ବରେ ଆସି ପହଂଚିଥିଲେ । ବିଇଓ କାର୍ଯ୍ୟାଳୟରେ ମୋଟ କେତେ କର୍ମଚାରୀ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କର କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ବୁଝିଥିଲେ । ତେବେ କର୍ମଚାରୀ ଅଭାବରୁ ୩ଜଣ ଶିକ୍ଷକ କିରାଣି ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସ୍କୁଲକୁ ଫେରାଇ ଦେବା ସହ ଖାଲି ପଦବୀ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ଲାଗି ବିଇଓଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଉଭୟ ବିଏମ୍ସି ଏବଂ ଭୁବନେଶ୍ୱର ବ୍ଲକ୍ ଅଧୀନରେ ଥିବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ସମ୍ପର୍କରେ ମଧ୍ୟ ବିଇଓଙ୍କ ସହ ଆଲୋଚନା କରିଥିଲେ । ଏହାବ୍ୟତୀତ ବିଇଓଙ୍କ ସ୍କୁଲ ପରିଦର୍ଶନ ଏବଂ ନୀତିନିୟମ ଉଲ୍ଲଂଘନ କରୁଥିବା ସ୍କୁଲ ବିରୁଦ୍ଧରେ ବିଇଓଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ବୁଝିଥିଲେ । ତେବେ ସ୍କୁଲ ପରିଦର୍ଶନରେ ସିଆର୍ସିସିଙ୍କ ଭୂମିକା ଏବଂ ରିପୋର୍ଟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ଫାଇଲ ମନ୍ତ୍ରୀ ଶ୍ରୀ ଦାଶ ତର୍ଜମା କରିଥିଲେ । ତେବେ ସିଆର୍ସିସିଙ୍କ ଶିକ୍ଷାଦାନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ବିଇଓଙ୍କ ସହ ଆଲୋଚନା କରିବା ସହିତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ-ଅଭିଭାବକଙ୍କ ବୈଠକ ସମ୍ପର୍କରେ ଅବଗତ ହୋଇଥିଲେ । ବିଶେଷକରି ପିଲାଙ୍କ ଭବିଷ୍ୟତକୁ ନଜର ଦେଇ ଗୁଣାତ୍ମକ ଶିକ୍ଷାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ସରକାରଙ୍କ ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାବ୍ୟତୀତ ରାଜ୍ୟର ସମସ୍ତ ସ୍କୁଲକୁ ମଧ୍ୟ ଅଚାନକ ପରିଦର୍ଶନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସ୍କୁଲ ସମୟରେ ଶିକ୍ଷକ ମାନଙ୍କୁ ନଡ଼ାକିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *