Saturday , December 4 2021
Home / ବିଶେଷ / ଆସୁଛି ଆଉ ଏକ ଲଘୁଚାପ – ୨୦୦ମିମି ବର୍ଷା ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ – ୨୦୦ମିମି ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଉତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ଯୋଗୁଁ ଆସନ୍ତା ୩୦ ତାରିଖରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ଜୁଲାଇ ୧ ତାରିଖ ବେଳକୁ ଏହା ଅବପାତର ରୂପ ନେବା ଯୋଗୁଁ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହିତ ୨ ତାରିଖ ବେଳକୁ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ଛୁଇଁବା ସହ ବର୍ଷାର ପରିମାଣ ଆହୁରି ବଢ଼ିବ । ଏହି ବର୍ଷା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଲାଗିରହିବା ସହ କେତେକ ସ୍ଥାନରେ ୨୦୦ ମିମିରୁ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଜୁନ୍ ୩୦ ଓ ଜୁଲାଇ ୧ ମଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ନକଟବର୍ତୀ ଉପକୂଳ ଜିଲ୍ଲାଗୁଡ଼ିକରେ ୪୫ରୁ ୬୦ କିମି ବେଗରେ ପବନ ବହିବ ବୋଲି ବଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଜୁନ୍ ୩୦ ଓ ଜୁଲାଇ ୧ ତାରିଖରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏହାସହ ୨୯ ତାରିଖ ରାତି ସୁଦ୍ଧା ମତ୍ସ୍ୟଜୀବୀମାନେ ସମୁଦ୍ର କୁଳକୁ ଫେରିଆସିବା ପାଇଁ ସୂଚନା ଦିଆଯାଇଛି । ତେବେ ବର୍ଷାର ପରିମାଣକୁ ଦେଖି ଅଧା ଓଡ଼ିଶାରେ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଜୁନ୍ ୨୯ ତାରିଖ ଠାରୁ ଖରା ଓ ଗୁଳୁଗୁଳି ପ୍ରାସ ପାଇବ ବୋଲି ସୂଚନା ମିଳିଛି । ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଏବେ ସୁଦ୍ଧା କମି ନାହିଁ । ଦିନରେ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *