Sunday , October 1 2023
Home / ବ୍ୟବସାୟ ବାଣିଜ୍ୟ / ଆଇଟିସି ମଙ୍ଗଳଦୀପ୍ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ

ଆଇଟିସି ମଙ୍ଗଳଦୀପ୍ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ

ଭୁବନେଶ୍ୱର,୨୯/୦୬/୨୦୧୯ (ଓଡ଼ିଶା ସମାଚାର )-ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ  କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରେ ଏସମ୍ପର୍କିତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଆଇଟିସି ଅଗରବତୀ ବିଜ୍ନେସ୍ ମୁଖ୍ୟ ରବି ରାୟଭରମ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ  ଅଗରବତୀ ପ୍ରସ୍ତୁତ କରିଥିବା ଗ୍ରାମୀଣ ମହିଳା ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ପଦାଧିକାରୀ  ଉପସ୍ଥିତ ଥିଲେ ।

ମଙ୍ଗଳଦୀପ୍ର ଏହି ଅଗରବତୀରେ ଦୁଇ ପ୍ରକାର ସୁଗନ୍ଧ ରହିଛି । ଏହା ଦୁଇଟି ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ପ୍ୟାକ୍ କରାଯାଇଛି । ଏହି ସୁଗନ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ ପସନ୍ଦର ସୁଗନ୍ଧ । ଏହାର ଦୁଇଟି ପ୍ୟାକ୍  ମଧ୍ୟରୁ ଉପର ପ୍ୟାକ୍ରେ ତୁଳସୀ ଏବଂ ନିମ ତଥା ଅନ୍ୟ ତଳ ପ୍ୟାକ୍ରେ କସ୍ତୁରୀ ଏବଂ ଚନ୍ଦନ ସୁଗନ୍ଧର ଅଗରବତୀ ରହିଛି । ନିମ ଶ୍ରୀ ଜଗନ୍ନାଥଙ୍କ ଶ୍ରୀବିଗ୍ରହ ନିର୍ମାଣରେ ଳାଗିଥାଏ । ସେହିପରି ଶ୍ରୀ ଜଗନ୍ନାଥଙ୍କ ଗଳାରେ ତୁଳସୀ ମାଳା ଲାଗି ହୋଇଥାଏ । ଚନ୍ଦନ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ସେହିପରି କସ୍ତୁରୀ ଶ୍ରୀବିଗ୍ରହଙ୍କ ଶୃଙ୍ଗାରରେ ଲାଗି ହୋଇଥାଏ । ମଙ୍ଗଳଦୀପ୍ ଏହି ୪ ଉପାଦାନର ମିଶ୍ରଣରେ ପ୍ରବିତ୍ର ସୁଗନ୍ଧିତ ଅଗରବତୀ ପ୍ରସ୍ତୁତ କରିଛି ।

ଆଇଟିସିର ମଙ୍ଗଳଦୀପ୍ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ସହିତ ମିଳିତ ହୋଇ ଗ୍ରାମୀଣ ମହିଳାଙ୍କ ଜୀବନଜୀବିକା ବିକାଶ ପାଇଁ ମହିଳା ଏସଏଚଜି ଗ୍ରୁପ୍ ସହାୟତାରେ ସେମାନଙ୍କୁ ଅଗରବତୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଇଛି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ଏ ଦିଗରେ ଆବଶ୍ୟକ ସହାୟତା ଯୋଗାଇ ଦେଇଛି ।

ଏହି ଅବସରରେ ଆଇଟିସି ଅଗରବତୀ ବିଜ୍ନେସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ରାୟଭରମ୍ କହିଲେ, ମଙ୍ଗଳଦୀପ୍ର ଏହି ଅନନ୍ୟ ଅଗରବତୀ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ଘରେ ମଧ୍ୟ ଶ୍ରୀଜଗନ୍ନାଥ କରୁଣାର ଉପଲବ୍ଧ ହୋଇପାରିବ । ମଙ୍ଗଳଦୀପ୍ର ଏହି ଟେମ୍ପଲ୍ ସବ୍ ବ୍ରାଣ୍ଡ୍ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଭାବ ଜାଗ୍ରତ କରାଇବାକୁ ସକ୍ଷମ ହେବ । ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ଗ୍ରାମୀଣ ମହିଳାଙ୍କ ଜୀବନଜୀବିକା ବିକାଶ ପାଇଁ  ଏହା କରୁଥିବା ବେଳେ ଏଥିରେ ଜଗନ୍ନାଥ ମନ୍ଦିର କମିଟି ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି ।

ଏହି ଅବସରରେ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପି.କେ. ମହାପାତ୍ର କହିଲେ ,  ମଙ୍ଗଳଦୀପ୍  ଟେମ୍ପଲ୍- ଲର୍ଡ ଶ୍ରୀ ଜଗନ୍ନାଥ ପୁରୀ ପ୍ୟାକ୍ ପ୍ରସ୍ତୁତି ନେଇ ଆମେ ବେଶ୍ ଉତ୍ସାହିତ । ଆଇଟିସି ଏବଂ ଓରମାସ୍ର ମିଳିତ  ଉଦ୍ୟମରେ ଏହା ସମ୍ପନ୍ନ ହୋଇ ପାରିଛି । ଗ୍ରାମୀଣ ମହିଳା ଏସ୍ଏଚ୍ଜି ଗ୍ରୁପ୍ ସହଯୋଗରେ ଏହା ନିର୍ମିତ ହେଉଛି । ଏହା ଶ୍ରଦ୍ଧାଳୁଙ୍କ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଆଇଟିସି ପକ୍ଷରୁ ଖୁବ୍ ଶୀଘ୍ର ମଙ୍ଗଳଦୀପ୍ ଗ୍ରୀନ୍ ଟେମ୍ପଲ୍ ପ୍ରୟାସ ଆରମ୍ଭ ହେବାକୁ ଯାଉଥିବାରୁ ଆମେ ବେଶ୍ ଉତ୍ସାହିତ ।

ଚଳିତ ବର୍ଷ ରଥଯାତ୍ରାରେ ଗ୍ରାମୀଣ ମହିଳା ଏସଏଚଜି ଗ୍ରୁପ୍ ଓରମାସ୍ ସହିତ ମିଳିତ ହୋଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ଏକ ଶୋଭାଯାତ୍ରାରେ ଯିବେ । ସେମାନେ ପ୍ରଭୁଙ୍କୁ ଏହି ଦିବ୍ୟ ଅଗରବତୀ ଲାଗି କରାଇବେ । ଏହାର ପ୍ରସ୍ତୁତି ସମ୍ପର୍କରେ ସେମାନେ କହିଛନ୍ତି ଯେ, ସେମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରନ୍ତି । ଏହି ଅଗରବତୀ ଦେଶର ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଏକ ଅନନ୍ୟ ଦିବ୍ୟ ଅନୁଭୁତି ପ୍ରଦାନ କରିବାକୁ ସକ୍ଷମ ହେବ ।

ମଙ୍ଗଳଦୀପ୍ ବ୍ରାଣ୍ଡ୍ ସମ୍ପର୍କରେ :

ଅଗରବତୀ ବିଜ୍ନେସ୍ ଆଇଟିସିର ଅନନ୍ୟ ଅଂଶ ବିଶେଷ ।  ଏଫଏମସିଜି କ୍ଷେତ୍ରରେ ଉଲ୍ଳେଖନୀୟ ଯୋଗଦାନରେ ଏହା ଗୁରୁତ୍ୱପୂର୍ଣ୍ଣ । କୁଟୀରଶିଳ୍ପ ଭାବେ ଅଗରବତୀ ପ୍ରସ୍ତୁତିକୁ ଗ୍ରହଣ କରାଯାଇ ୨୦୦୩ରୁ ଇତିମଧ୍ୟରେ ଦେଶର ୧୦ ,୦୦୦ ଲୋକଙ୍କ ଜୀବନଜୀବିକା ବିକାଶ ସମ୍ଭବ ହୋଇପାରିଛି । ବାଉଁଶରେ ଅଗରବତୀ ପ୍ରସ୍ତୁତି ଦ୍ୱାରା ଅନେକଙ୍କର ଆର୍ଥିକ ବିକାଶ ହୋଇପାରୁଛି । ମଙ୍ଗଳଦୀପ୍ ବାଉଁଶଚାଷକୁ ପ୍ରୋତ୍ସାହିତ କରୁଛି । ଏହା ଅର୍ଗାନିକ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଜାରି ରଖିଛି । ଆଇଟିସିର ସୁନେହରା କାଲ୍ ପ୍ରୋଗ୍ରାମ ମିଶନ ମଙ୍ଗଳଦୀପ୍ ଗ୍ରୀନ୍ ଟେମ୍ପଲ ପ୍ରୟାସ ଜାରି ରହିଛି । ଏହା ତାମିଲନାଡୁର ୪ଟି ମନ୍ଦିରରେ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *