Friday , December 2 2022
Breaking News
Home / ବିଶେଷ / ଲୋକ ଅଦାଲତ କର୍ମଶାଳା

ଲୋକ ଅଦାଲତ କର୍ମଶାଳା

କଟକ,୨୮/୦୬/୨୦୧୯ (ଓଡ଼ିଶା ସମାଚାର/ପ୍ରଜ୍ଞା ରଥ)- କ୍ୟାନଟନମେଂଟସ୍ଥିତ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାକୁ ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ଦେବାଶିଷ ନାୟକ ଉଦ୍ଘାଟନ କରିଥିଲେ । କର୍ମଶାଳାରେ ସ୍ଥାୟୀ ଲୋକ ଅଦାଲତ ସଦସ୍ୟ ତପନ କୁମାର ମଣ୍ଡଳ, ପ୍ରଦୀପ୍ ପଟ୍ଟନାୟକ ଯୋଗ ଦେଇ ଆଇନ ସହାୟତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିପିନ ଚୌଧୁରୀ, ଦିଲୀପ୍ ରାୟ, ଅଗସ୍ତି କାନୁନଗୋ, ଅରବିନ୍ଦ ପଟ୍ଟନାୟକ, ନୀଳକଣ୍ଠ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ମଧୁସୂଦନ ଆଇନ ମହାବିଦ୍ୟାଳୟ ଓ ଦି ଲ କଲେଜ୍ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.