Wednesday , October 4 2023
Breaking News
Home / ବିଶେଷ / ମୌସୁମୀ ତୁମେ.. (କବିତା)   –    ସ୍ୱପ୍ନା ପଟ୍ଟନାୟକ

ମୌସୁମୀ ତୁମେ.. (କବିତା)   –    ସ୍ୱପ୍ନା ପଟ୍ଟନାୟକ

  ମେଘ ମଲ୍ହାର

ଗାଉଛି ବର୍ଷା

    ଭିଜେଇ କୁଆଁରୀ ସ୍ପର୍ଶ

ସାତ ସୁର ଦେଇ

ବଂଶୀ ଯେ ବାଜୁଛି

 ଆଖିରେ ନିଦ ଅଜାଶ୍ର

ଅଳଶୀ ଅନୁଢା

ଶ୍ରାବଣୀ ନାୟିକା

  ନୁପୁର ଝଙ୍କାର ତୋଳି

ପ୍ରୀତି ଆଞ୍ଜୁଳାରେ

 କିଏ ଗୋ ରୂପସୀ

  ଭରିଛ ମଦିରା ଥାଳି

ସ୍ମୁତିର ମହଲ

ସୁନେଲି କିରଣେ

 ଜାଳି ଆକାଂକ୍ଷାର ଦୀପ

ମନ ମୌସୁମୀ

 ଝୁମୁଛି ଆକାଶେ

ଅବ୍ୟକ୍ତ ତା ଅନୁଭବ

-0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

Leave a Reply

Your email address will not be published. Required fields are marked *