କଟକ,୨୮/୦୬/୨୦୧୯ (ଓଡ଼ିଶା ସମାଚାର/ପ୍ରଜ୍ଞା ରଥ)- କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ବଦଳି ହୋଇଥିବା ଅଧିକାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଅଧିକାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଦାୟୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ବିଦାୟୀ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସରୋଜକାନ୍ତ ମହାନ୍ତି ଓ ବିଦାୟୀ ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହିତ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଭବାନୀଶଙ୍କର ଚଇନି, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମହମ୍ମଦ ଅବଦାଲ ଅଖତାର, ସିଏମସି କମିଶନର ଅନନ୍ୟା ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଡିସିପି ଅଖିଳେଶ୍ୱର ସିଂହ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀକାନ୍ତ ତରେଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ଜିଲ୍ଲାପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଦାୟୀ ଅଧିକାରୀମାନେ କଟକ ସହରରେ କାର୍ଯ୍ୟକାଳ ଅବଧି ମଧ୍ୟରେ ଘଟିଥିବା ବିଭିନ୍ନ ସ୍ମୃତି ସମ୍ପର୍କରେ ଆଲୋକପାତ କରିବା ସହ କଟକ ଜିଲ୍ଲାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେହିଭଳି ଯୋଗଦେଇଥିବା ନୂତନ ଅଧିକାରୀମାନେ ମଧ୍ୟ କଟକର ଉନ୍ନତି ପାଇଁ ହାତକୁ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରି ଆଗାମୀ ଦିନରେ କଟକକୁ ଏକ ଉନ୍ନତ ସହରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ । ଓଡ଼ିଶା ସମାଚାର