Sunday , October 17 2021
Breaking News
Home / ବିଶେଷ / ପିଏମକେବିୱାଇ ଯୋଜନାରେ କୌଶଳ ମେଳା 

ପିଏମକେବିୱାଇ ଯୋଜନାରେ କୌଶଳ ମେଳା 

ରଘୁନାଥପୁର,୨୮/୦୬/୨୦୧୯ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ରଘୁନାଥପୁରସ୍ଥିତ ଇନଟେଷ୍ଟ ଲର୍ଣ୍ଣ ଆଣ୍ଡ ୱାକର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ  ଛାତ୍ର ଛାତ୍ରୀଙ୍କୁ ନେଇ ଏକ  କୌଶଳ ମେଳା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ମେଳାରେ  ବିଡ଼ିଓ ପଂଚାନନ ପଟାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନେ ତାଲିମ ଗ୍ରହଣ କରି  ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ   ଆହ୍ୱାନ ଦେଇଥିଲେ ।  ଏବିଡ଼ିଓ ଅଶୋକ କୁମାର ମହାନ୍ତି  ଓ ପ୍ରୋଗ୍ରେସ ଆସିଷ୍ଟାଂଟ  ଦେବାଶ୍ରିତା ପରିଡ଼ା ସମ୍ମାନୀତ ଅତିଥି ଭାବେ  ଛାତ୍ର ଛାତ୍ରୀମାନେ କୌଶଳ ସମ୍ପର୍କରେ ତାଲିମ ନେବା ସହିତ  ବିଭିନ୍ନ ସଂସ୍ଥାରେ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ରଖିଥିଲେ ।  ଟ୍ରେନର ନାରାୟଣ ମିଶ୍ର  ଦକ୍ଷତା ପ୍ରତିପାଦନର ତାଲିକା ସମ୍ପର୍କରେ  ଆଲୋଚନା କରିବା ସହ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଗତ ଅପ୍ରେଲ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ୩ ମାସ ପାଇଁ ଚାଲୁ ରହିବ ।  ପରେ ବିଭିନ୍ନ ସଂସ୍ଥା କାଉନସିଂଲିଂ ଜରିଆରେ  ନିଯୁକ୍ତି ଦେବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଥିଲେ ।  ତାଲିମ ନେଇଥିବା ବସନ୍ତ କୁମାର ସାହୁ, ମୋନାଲିସା ବସ୍ତିଆ,  ବିଭାସ କୁମାର ପଣ୍ଡା,  ବିକାଶ କୁମାର ପୋଥାଳ ଓ ସଲମା ବେଗମ ପ୍ରମୁଖ ନିଜର ଅନୁଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ।  ସୁଭଶ୍ରୀ ସ୍ୱାଇଁ,  ଜ୍ୟୋତିପ୍ରଭା ରାଉତ, ସଂଗୀତା ଜେନା, ସୁଭରାଜ ମିଶ୍ର,  ପ୍ରତ୍ୟୁଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ  ମାନସ କୁମାର ସେଠୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *