Friday , May 27 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ

ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ

କେନ୍ଦ୍ରାପଡା, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କନିକା ରାଜପ୍ୟାଲେସ ପଡିଆରେ ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବିତରକ ସମୀର ଟ୍ରାକ୍ଟରର୍ସ ଆନୁକୁଲ୍ୟରେ ଏକ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ରି ସର୍ଭିସିଂ କ୍ୟାମ୍ପରେ ୪୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଗୁଡିକୁ ଫ୍ରି ସର୍ଭିସିଂ କରାଯାଇଥିଲା ।  ଜନଡିଅର ଟ୍ରାକ୍ଟର କମ୍ପାନୀର ସେଲସ ଅଫିସର ବୀରେନ ନାୟକ,ସର୍ଭିସ ଅଫିସର ଦୀପ୍ତି ପ୍ରକାଶ ଦାସ,ସମୀର ଟ୍ରାକ୍ଟରର୍ସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ସମେତ କମ୍ପାନୀ ଓ ସମୀର ଟ୍ରାକ୍ଟରର୍ସର ଷ୍ଟାଫମାନେ ଏହି ମେଗା ଫ୍ରି ସର୍ଭିସିଂ କ୍ୟାମ୍ପରେ ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଫ୍ରି ସର୍ଭିସିଂ କ୍ୟାମ୍ପର ଆୟୋଜନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । କମ୍ପାନୀର କୈାଣସି କଷ୍ଟୁମର ଟେଲିଫୋନ ଯୋଗେ ଜଣାଇଲେ ତାଙ୍କୁ ତୁରନ୍ତ ସର୍ଭିସ ଯୋଗାଇ ଦିଆଯିବ ବୋଲି ସମୀର ଟ୍ରାକ୍ଟରର୍ସର ପରିଚାଳନା ନିର୍ଦେଶକ ଶ୍ରୀ ଚାନ୍ଦ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଏଇଚର୍ ଟ୍ରାକ୍ଟର୍ସ ପକ୍ଷରୁ ପରବର୍ତୀ ପିଢିର କୃଷକଙ୍କ ପାଇଁ ପ୍ରିମିୟମ ରେଞ୍ଜ୍ର ଟ୍ରାକ୍ଟର- ପ୍ରାଇମା ଜି୩ ଉନ୍ମୋଚିତ

. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ .ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି .ଉନ୍ନତ ସିଟ୍,ପ୍ରଶସ୍ତ …

Leave a Reply

Your email address will not be published. Required fields are marked *